ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟ: ମାଓବାଦୀଙ୍କ ନାରାୟଣପାଟଣା ଏରିଆ କମିଟିର ସକ୍ରିୟ ସଦସ୍ୟ ତୁଳସୀ ଉଲାକା ଓରଫ ସଙ୍ଗୀତା ଶନିବାର କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତୁଳସୀଙ୍କ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି ।

ତୁଳସୀ ୨୦୧୦ ମସିହାରେ ମାଓବାଦୀଙ୍କ ସାଂସ୍କୃତିକ ଗଣନାଟ୍ୟ ମଣ୍ଡଳୀରେ ଯୋଗ ଦେବା ପରେ ୩୦୩ ବନ୍ଧୁକ ଚାଳନାର ତାଲିମ ପାଇଥିଲା । ତା’ପରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ମାଓବାଦୀଙ୍କ ନାରକୀୟ କାଣ୍ଡରେ ନିଜକୁ ସାମିଲ କରିଥିଲେ । ଏଥିସହ ତୁଳସୀ ନାଁରେ କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।