ସୁସ୍ଥ ହେଲେ ମଲାଇକା

ମୁମ୍ବାଇ: କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା କରୋନାରେ ସଂକ୍ରମିତ ହୋଇଥିଲେ । ହେଲେ ଏବେ ସେ କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ନିଜେ ମଲାଇକା ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି । ସେ ଏକ ଫଟୋ ପୋଷ୍ଟ କରି କହିଛନ୍ତି ଯେଉଁଥିରେ ସେ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହାସହ ସେ ଡାକ୍ତରଙ୍କ ସହିତ ବାକି ସମସ୍ତଙ୍କ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଯେଉଁମାନଙ୍କ ପାଇଁ ଆଜି ସେ ସୁସ୍ଥ ହୋଇଛନ୍ତି ।

ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଛନ୍ତି, ମୁଁ ଶେଷରେ ବହୁତ ଦିନ ପରେ ମୋ ରୁମରୁ ବାହାରିଲି । ତେବେ ଏହା ଏକ ଆଉଟିଙ୍ଗ ଭଳି ଲାଗୁଛି । ଅଳ୍ପ କଷ୍ଟ ଯନ୍ତ୍ରଣା ପାଇ ଏହି ଭାଇରସରୁ ମୁକ୍ତ ପାଇଥିବାରୁ ଧନ୍ୟ ଅନୁଭବ କରୁଛି । ମୋ ଡାକ୍ତରଙ୍କୁ ତାଙ୍କ ମେଡିକାଲ ଗାଇଡାନ୍ସ ପାଇଁ ଧନ୍ୟବାଦ ଜଣାଉଛି ।