ଆଂଚଳିକ ପରିବହନ କାର୍ଯ୍ୟାଳୟ: ଅନଲାଇନ୍ ରେ ଫି’ ଦାଖଲ କରିବେ ଚାଳକ

୧୭ରୁ ଏକକ ରସିଦ୍ ବ୍ୟବସ୍ଥା

ଭୁବନେଶ୍ୱର: ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଫି’ ଦେବାକୁ ହେଲେ ଚାଳକଙ୍କୁ ଏଥର ଘଂଟା ଘଂଟା ଧରି ଲାଇନ୍ ଲଗାଇବାକୁ ପଡିବ ନାହିଁ । କାରଣ ଏଥର ଚାଳକ ମାନେ ଅନଲାଇନ୍ ରେ ଫି’ ଦାଖଲ କରିପାରିବେ । ଏଭଳି ରସିଦ୍ ବ୍ୟବସ୍ଥା ୧୭ରୁ ଆରମ୍ଭ ହେବାକୁ ଯାଉଛି ।

ସୂଚନା ଅନୁସାରେ,ଜନସାଧାରଣଙ୍କ ସୁବିଧା ପାଇଁ ପରିବହନ କମିସନରଙ୍କ ପକ୍ଷରୁ ଆସନ୍ତା ୧୭ରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏକକ ରସିଦ୍‌ ବ୍ୟବସ୍ଥା ପ୍ରଚଳନ ହେବାକୁ ଯାଉଛି। ଏହି ବ୍ୟବସ୍ଥା ମାଧ୍ୟମରେ ପୂର୍ବରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲର୍ଣ୍ଣି˚ ଲାଇସେନ୍ସ, ଡ୍ରାଇଭି˚ ଲାଇସେନ୍ସ, ମୋଟର ଯାନ ରେଜିଷ୍ଟ୍ରେସନ୍‌, ପର‌୍‌ମିଟ୍‌, ଫିଟନେସ୍‌ ପାଇଁ ପୈଠ କରାଯାଉଥିବା ଦେୟକୁ ସରଳୀକରଣ କରାଯାଇଛି। ଏଣିକି ପ୍ରଚଳନ ହେବାକୁ ଯାଉଥିବା ଏକକ ରସିଦ୍‌ ବ୍ୟବସ୍ଥା ମାଧ୍ୟମରେ ଏସବୁ ଦେୟ ପୈଠ କରାଯିବ। ବିଭିନ୍ନ ସେବା ପାଇଁ ଆବେଦନକାରୀ ପୂର୍ବରୁ ଅନ୍‌ଲାଇନରେ ଦେୟ ଦେଇପାରୁଥିଲେ ମଧ୍ୟ ସେବା ପ୍ରଦାନକାରୀ ସ˚ସ୍ଥା(ସ୍ମାର୍ଟ ଚିପ୍‌ ଲିମିଟେଡ୍‌)ର ଦେୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଆକାଉଂଟକୁ ଆସି ଅଲଗା ଦେବାକୁ ପଡ଼ୁଥିଲା। ବର୍ତ୍ତମାନ ଆଉ କୌଣସି ଦେୟ ଦେବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଧାଡ଼ି ଲଗାଇ ଭିଡ଼ରେ ଛିଡ଼ା ହେବାକୁ ପଡ଼ିବ ନାହିଁ।