କୁଖ୍ୟାତ ଜେଇଏମ୍ ଆତଙ୍କବାଦୀ ଫୈୟାଜ ଅହମଦ ଗିରଫ

ନୂଆଦିଲ୍ଲୀ : ଜୈଶ-ଏ-ମହମ୍ମଦର ମୋଷ୍ଟ ୱାଣ୍ଟେଟ୍ ଆତଙ୍କବାଦୀ ଫୈୟାଜ ଅହମଦ ଲୋନ ଶେଷରେ ପୁଲିସ ହାତରେ ଧରାପଡିଛି। ସ୍ବତନ୍ତ୍ର ଶାଖାର ଦଳ ଫୈୟାଜକୁ ଜମ୍ମୁ-କଶ୍ମୀରର ଶ୍ରୀନଗରରୁ ଗିରଫ କରିଛି । ଗିରଫ ପରେ ପୁଲିସ ପଚରାଉଚରା ଜାରି ରଖିଛି ।

ସୂଚନାଯୋଗ୍ୟ, ଫୈୟାଜ ଅହମଦ ଲୋନ ଜମ୍ମୁ-କାଶ୍ମୀରର କୁପୱାଡା ଜିଲାର ବାସିନ୍ଦା ବେଲି ଜଣାପଡିଛି । ଫୈୟାଜକୁ ଧରିବା ପାଇଁ  ଦିଲ୍ଲୀ ପୁଲିସ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ୪ ବର୍ଷ ପୂର୍ବେ ଫୈୟାଜର ଗିରଫ ପାଇଁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଜାମିନ ବିହୀନ ଗରିଫ ପରୱାନା ଜାରି କରାଯାଇଥିଲା। ସେ ୨୦୧୫ରୁ ଫେରାର ଥିଲା।