ଇଏ କେମିତିକି କା ବୋହୁ : କାଠ ପାଳିଆରେ ଶଶୁରଙ୍କୁ ଗୁଡେଇ ତୁଡେଇ ପିଟିଲା,ତା ପରେ କଣ ହେଲା ?

ପୁରୀ : ଶାଶୁ ଘରେ ବୋହୁ ଝିଅ ଭଳି । ଶାଶୁ ଶଶୁର ତା ପାଇଁ ବାପା ମା । ହେଲେ ଆଜି କାଲି ଏସବୁ ଯେମେତି କିଛି ମାନେ ନାହିଁ । ବୋହୁ ଶାଶୁ ଶଶୁରଙ୍କୁ ହାତ ଉଠାଇବାକୁ ପଛାଉ ନାହାନ୍ତି । ସେମିତି ଜଣେ ବୋହୁର ଚରିତ୍ର ନଜର ଆସିଛି କୋଣାର୍କ ଅଞ୍ଚଳରେ । ସ୍ବାମୀଙ୍କୁ ଆକ୍ରମଣ କରିବାର ୭ଦିନ ନପୁରୁଣୁ ପୁଣି ଥରେ ଶୁଶୁରଙ୍କୁ ଆକ୍ରମଣ କରିଛି । ବୋହୁ ତା ଶଶୁରଙ୍କୁ କାଠ ଫାଳିଆରୋ ଗୁଡେଇ ତୁଡେଇ ପିଟିଲା । ପିଟି ପିଟି ଶୁରକୁ ମାରିଦେଲା ବୋହୂ । କାଠ ଫାଳିଆରେ ପିଟି ପିଟି ଶ୍ବଶୁରକୁ ହତ୍ୟା କରିଛି ବୋହୂ । କୋଣାର୍କ ଅସ୍ତରଙ୍ଗ ପାଟବଳଦା ପଞ୍ଚାୟତ ବରଡି ଗାଁରେ ହତ୍ୟାକାଣ୍ଡ । ଘରୋଇ କଳହକୁ କେନ୍ଦ୍ର କରି ବୋହୂ ଏଭଳି ନାରକୀୟ କାଣ୍ଡ କରିଥିବା ଜଣାପଡିଛି । ଘରେ ଶୋଇଥିବା ବେଳେ କାଠ ଫାଳିଆରେ ପିଟିପିଟି ବୋହୂ ଶ୍ବଶୁର ସରତ ନାୟକଙ୍କୁ ହତ୍ୟା କରିଛି । ୭ ଦିନ ପୂର୍ବରୁ ଛୁରୀରେ ସ୍ବାମୀକୁ ମଧ୍ୟ ଆକ୍ରମଣ କରିଥିଲା ବୋହୂ ରୋଜାଲିନ୍ ନାୟକ । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ରୋଜାଲିନ୍ ଫେରାର ହୋଇଯାଇଛି । ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି