୨୦ ବର୍ଷର ସୁନ୍ଦରୀ ବୋହୁକୁ ଘରେ ଏକୁଟିଆ ପାଇ ଦୁଷ୍କର୍ମ କଲା ଶଶୁର, ଜାଣିବା ପରେ କଣ କଲେ ସ୍ୱାମୀ ଓ ଶାଶୁ

ଭୋପାଳ : କେତେ ଆଶା ଓ ସ୍ୱପ୍ନ ନେଇ ବାହା ହୋଇ ସ୍ୱାମୀ ହାତ ଧରି ଶାଶୁଘରକୁ ଯାଇଥିଲେ । ହେଲେ ଶାଶୁଘରେ କିନ୍ତୁ ତାଙ୍କ ପାଇଁ ସୁରକ୍ଷତ ହେଲନି । ସୁନ୍ଦରୀ ନବ ବିବାହୀତାଙ୍କ ଉପରେ ପଡିଥିଲା ଶଶୁର କାମୁକ ନଜର । ବୋହୁକୁ ଘରେ ଏକୁଟିଆ ପାଇ ଜବର ଦସ୍ତ ଦୁଷ୍କର୍ମ କଲେ ଶଶୁର । ଏନେଇ ନବ ବିବାହିତା ଜଣଙ୍କ ଶାଶୁ ଓ ସ୍ୱାମୀଙ୍କୁ ଜଣା ଇଲେ ହେଲେ ଫଳ କିଛି ହେଲାନି । ଅବିଯୋଗ କେହି ଶୁଣିଲେନି । ଶେଷରେ ବାଧ୍ୟ ହୋଇ ବାପ ଘରକୁ ଆସିଥିଲେ ନବ ବିବାହିତା ହଲେ ସେଠି ସ୍ୱାମୀ ଗାଳି ଦେଇ ଆତ୍ମ ହତ୍ୟା କରିବାକୁ ପ୍ରବର୍ତ୍ତାଇଲେ ।  ଶେଷରେ ଜୀବନ ହାରିଲେ ନବ ବିବାହିତା ।

ଭୋପାଳର ଜଣେ ୨୦ ବର୍ଷୀୟା ନବ ବିବାହିତାଙ୍କୁ ତାଙ୍କର ଶଶୁର ଦୁଷ୍କର୍ମ କରିଥିଲେ। ସେହି ଘଟଣା ସଂପର୍କରେ ନବ ବିବାହିତା ଜଣକ ନିଜର ସ୍ୱାମୀ ଓ ଶାଶୁଙ୍କୁ କହିଥିଲେ।ହେଲେ ସେ ଦୁହେଁ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ,ବରଂ ଓଲଟା ସେ ଦୁହେଁ ଗାଳି ଦେଇଥିଲେ।
ତା’ପରେ ନବ ବିବାହିତା ଜଣକ ନରସିଂହପୁରରେ ଥିବା ନିଜ ବାପଘରକୁ ଚାଲି ଆସିଥିଲେ। ପୁଲିସ କହିବା ଅନୁଯାୟୀ,୨୦ ବର୍ଷୀୟା ଯୁବତୀ ଯେବେଠୁଁ ବିବାହ କରିଥିଲେ,ସେବେଠୁଁ ଶଶୂରର ଲୋଲୁପ ଦୃଷ୍ଟି ବୋହୂ ଉପରେ ପଡ଼ିଥିଲା। ଶଶୁର ତା’ ସହିତ ମଝିରେ ମଝିରେ ଅଶ୍ଳୀଳ ଆଚରଣ କରି ଆସୁଥିଲା। ହେଲେ ଦିନେ ବୋହୂକୁ ଘରେ ଏକୁଟିଆ ପାଇ ଜୋର ଜବରଦସ୍ତି ତା’ ସହିତ ଦୁଷ୍କର୍ମ କରିଲା ଶଶୁର ।
ଶଶୁରର ଦୁଷ୍କର୍ମ ଘଟଣା ସଂପର୍କରେ ବୋହୂ ନିଜ ବାପଘରେ କହିଥିଲେ। ହେଲେ ସେମାନେ ମିଳାମିଶାର ଉଦ୍ୟମ କରିଥିଲେ। କିନ୍ତୁ ସ୍ୱାମୀ ଯୁବତୀକୁ ଆତ୍ମହତ୍ୟା କରିବା ଲାଗି ଉସୁକାଇଥିଲେ। ଯୁବତୀ ଜଣକ ନିଜ ବାପଘରେ ଆତ୍ମହତ୍ୟା କରିଥିଲେ।

ଶାରୀରିକ ସଂପର୍କ ରଖିବାକୁ ରାଜି ନହେବାରୁ ବିବାହିତା ଛାତ୍ରୀଙ୍କୁ ହତ୍ୟା କଲା ଶିକ୍ଷକ