ମାଲକାନଗିରି: ବାପା ଭାତରେ ବିଷ ଦେବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ କାଳିଆନାୟକଗୁଡା ଗାଁରେ। ନିଶାଗ୍ରସ୍ତ ବାପା ନର୍ସିଙ୍ଗ ମାଝି ସୋମବାର ରାତିରେ ଭାତରେ ବିଷ ଦେଇ ପୁରା ପରିବାରକୁ ମାରିବାକୁ ଉଦ୍ୟମ କରିଥିଲେ। ଏହି ଭାତକୁ ତାଙ୍କ ସ୍ତ୍ରୀ, ଭାଇ, ପୁଅ ଏବଂ ଦୁଇ ଝିଅ ଖାଇ ଗୁରୁତର ହୋଇଛନ୍ତି। ଚିକିତ୍ସା ଲାଗି ସେମାନଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମାନେ ଚିକିତ୍ସାଧୀନ ଅଛନ୍ତି।
Prev Post
Next Post