ବିଦ୍ୟୁତ ତାରରେ କରେଣ୍ଟ ଲାଗି ଛଟପଟ ହେଉଥିଲେ ବାପା,ବଞ୍ଚାଇବାକୁ ଯାଇ ପୋଷଣାହାରୀ ପୁଅର ବି ଗଲା ଜୀବନ

ଭଞ୍ଜନଗର: ବିଦ୍ୟୁତ ତାରରେ କରେଣ୍ଟ ଲାଗି ଛଟ ପଟ ହେଉଥିଲେ ବାପା । ଆଉ ବାପାକୁ ବଞ୍ଚାଇବାକୁ ଯାଇ ତାରରେ ଝୁଲି ପଡିଲେ ପୁଅ । ବାସ ବଦ୍ୟୁତ ଆଘାତରେ ଉଭୟ ବାପ- ପୁଅଙ୍କ ମୃତ୍ୟୁ ହେଲା । ଏମିତି ଦୁଖଦ ଘଟଣା ଘଟିଛି ଗଞ୍ଜାମ ଭଞ୍ଜନଗର ଥାନା ବେଲଗୁଣ୍ଠା ବ୍ଲକର ବଡପଡା ଗାଁରେ । ରବିବାର ବିଦ୍ୟୁତ ଆଘାତରେ ବାପା ଅଭିମନ୍ୟୁ ପାତ୍ର( ୭୦) ଓ ପୁଅ ଜିତେନ୍ଦ୍ର ପାତ୍ର (୪୨)ଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଅଭିମନ୍ୟୁ ଓ ଜିତେନ୍ଦ୍ର ବିଲ କାମ ସାରି ଘରକୁ ଫେରିଥିଲେ। ଅଭିମନ୍ୟୁ ଗାଧୋଇ ସାରିବା ପରେ ଓଦା କପଡ଼ାକୁ ଘର ଅଗଣାରେ ଥିବା ତା’ର ଉପରେ ଶୁଖାଇଥିଲେ। ତାଙ୍କ ଅଜାଣତରେ ତା’ରରେ ବିଦ୍ୟୁତ୍‌ ପ୍ରବାହିତ ହେଉଥିଲା। ଫଳରେ ଅଭିମନ୍ୟୁ ବିଦ୍ୟୁତ୍‌ ତା’ରରେ ଲାଗି ଯିବା ପରେ ଚିତ୍କାର କରୁଥିଲେ। ବାପାଙ୍କୁ ବଞ୍ଚାଇବାକୁ ଯାଇ ଜିତେନ୍ଦ୍ର ଦୌଡ଼ିଯାଇଥିଲେ। ଫଳରେ ସେ ମଧ୍ୟ ବିଦ୍ୟୁତ୍‌ ତା’ର ସହିତ ଲାଗି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।