ରୋହି ଖାଉଛନ୍ରୋତି କି ? ମାଛରେ ଫର୍ମାଲିନ, ସମ୍ବଲପୁରରେ ମିଳିଲା ଫର୍ମାଲିନ୍ ଯୁକ୍ତ ମାଛ

ଭୁବନେଶ୍ବର ପରେ ସମ୍ବଲପୁରରେ ଫର୍ମାଲିନ୍ ଯୁକ୍ତ ମାଛ । ଆଜି ଚଢାଉ ବେଳେ ସମ୍ବଲପୁର କୁଲୁଥକାନି ମାଛ ବଜାରରେ ଫର୍ମାଲିନ୍ ବୋଳା ମାଛ ମିଳିଛି । ୨ଟି ରୋହି ମାଛରୁ ଫର୍ମାଲିନ୍ ମିଳିଛି । ଅଧିକ ପରୀକ୍ଷା ପାଇଁ ଏହାକୁ ଭୁବନେଶ୍ବର ପଠାଯିବ । ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି । ଗତ ୧୭ ତାରିଖରେ ମହାନଗର ନିଗମ ଓ ଜିଲ୍ଲା ମତ୍ସ୍ୟ ବିଭାଗ ମିଳିତ ଭାବେ ସହରର ୮ଟି ମାଛ ବଜାରରେ ଚଡାଉ କରିଥିଲେ ।ଆଉ ଆଜି ସହରର ୬ଟି ମାଛ ବଜାରରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ୨ଟି ରୋହି ମାଛରେ ଫର୍ମାଲିନ୍ ମିଳିଛି ବୋଲି ଜଣାପଡିଛି । ସେହିପରି ଖୋର୍ଦ୍ଧାର ବିଭିନ୍ନ ମାଛ ଗୋଦାମ ଏବଂ ମାଛ ବଜାରରେ ଚଢ଼ାଉ ହୋଇଛି । ଖାଦ୍ୟ ନିରାପତ୍ତା ମତ୍ସ୍ୟ ବିଭାଗର ମିଳିତ ଚଢ଼ାଉ ହୋଇଛି । ବିଭିନ୍ନ ସ୍ଥାନରୁ ମାଛର ନମୁନା ସଂଗ୍ରହ ହୋଇଛି । .