ଓଡିଶାର ପାମ୍ପେଲେଟ ମାଛରେ ମିଳିଲା ଫରମାଲିନ ! ଖାଇଲେ ହେବ କ୍ୟାନସର

ଭୁବନେଶ୍ୱର : ପାମ୍ପେଲେଟ ମାଛ ଖାଉଛନ୍ତି କି ସାବଧାନ । ଏଥିରେ ଫରମାଲିନ ମିଶିଛି ! ମତ୍ସ ଓ ପଶୁ ସମ୍ପଦ ବିଭାଗ ପରୀକ୍ଷାରୁ ପଦାକୁ ଆସିଛି ଏହି ସୂଚନା । ଭୁବନେଶ୍ୱର ଚାରି ନମ୍ବର ମାଛ ମାକେର୍ଟରୁ ସଂଗ୍ରହ ହୋଇଥିବା ମାଛ ନମୁନାରୁ ଏହା ଜଣା ପଡିଛି । ଏହି ନମୁନାକୁ ପରକ୍ଷା ଗାରରେ ପରୀକ୍ଷା କରାଯିବା ବେଳେ ଏହାର ରଙ୍ଗ ବାଇଗେଣୀ ରଙ୍ଗ ହୋଇଯାଇଥିଲା । ମତ୍ସ ଓ ପଶୁ ସମ୍ପଦ ବିଭାଗୁ ପାମ୍ପେଲଟ ମାଛ ନମୁନା ସଂଗ୍ର କରିଥିଲା । ତେବେ ରିପୋର୍ଟ ଆସିବା ପରେ ସରକାର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ୍ସ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ମାଛ ଓଡିଶା ବଜାରକୁ ଆନ୍ଧ୍ରରୁ ଆସିଛି କି ନାହିଁ ତାହା ତଦନ୍ତ କରୁଛି ବିଘାଗ । ହେଲେ ଏକଥା ଏକ ପ୍ରକାର ସ୍ପଷ୍ଟ ହୋଇଛି ମାଛରେ ଫରମାଲିନ ଦିଆଯାଉଛି । ଏହି ଫରମାଲିନ ହେଉଛି ଏମିତି ଏକ ରାସାୟନିକ ଯାହା ଶବକୁ ଅଧିକ ଦିନ ରଖିବାରେ ବ୍ୟବହାର କରାଯାଏ । ଏହି ରାସାୟନିକ ଦ୍ରବ୍ୟ ଦ୍ୱାରା ଶରୀରରେ ଚର୍ମ ରୋଗ ହୁଏ ଓ ଶରୀରରେ କ୍ୟାନସର ରୋଗ ସୃଷ୍ଟି କରେ ।
ସୂଚନା ଥାଉକି ଆନ୍ଧ୍ର ମାଛରେ ଫରମାଲିନ ଥିବା ନେଇ ଆସାମରୁ ଅଭିଯୋଗ ଆସିବା ପରେ ଆସାମ ସରକାର ତାଙ୍କ ରାଜ୍ୟରେ ଆନ୍ଧ୍ିର ମାଛ ବିକ୍ରି ବନ୍ଦ କରିଛନ୍ତି । ଆଉ ଏହି ଖବର ଆସିବା ପରେ ଓଡିଶା ସରକାର ରାଜ୍ୟକୁ ଆସୁଥିବା ମାଛରେ ଫରମାଲିନ ଅଛି କି ନାହିଁ ତାହା ପରୀକ୍ଷା କରିବାକୁ ନିଛ୍ରେଶ ଦେଇଥିଲେ । ତେବେ ଏହି ପରୀକ୍ଷାରୁ ଜଣା ପଡିଛି ପାମ୍ପେଲେଟ ମାଛରେ ଫରମାଲିନ ଅଛି । ଯାହା ଶରୀର ଲାଗି କ୍ଷତିକାରକ ।