‘ଫନି’ ପାଇଁ କଟକର ୧୪ଟି ବ୍ଲକରେ ଖୋଲାଗଲା କଣ୍ଟ୍ରୋଲ୍‌ ରୁମ୍‌

କଟକ : ସାମୁଦ୍ରିକ ଝଡ ‘ଫନି’ର ମୁକାବିଲା ପାଇଁ କଟକ ଜିଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଧନ ଜୀବନ ସୁରକ୍ଷିତ ରଖିବା ପାଇଁ କଟକ ଜିଲାର ୧୪ଟି ବ୍ଲକରେ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। ସେହି କଣ୍ଟ୍ରୋଲ୍‌ ରୁମ୍‌ ଗୁଡିକରେ ଆବଶ୍ୟକ ପଲିଥିନ ଠାରୁ ଆରମ୍ଭ କରି ରିଲିଫ୍ ସାମଗ୍ରୀ ମହଜୁଦ ରଖାଯାଇଛି। ଲୋକମାନଙ୍କୁ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ଗାଁ ଗାଁ ବୁଲି ପ୍ରଚାର କରାଯାଉଛି। କଟକ ମହାନଗର ନିଗମ ଏବଂ ବିଭିନ୍ନ ବ୍ଲକ ଅଞ୍ଚଳରୁ ଅପରାହ୍ନ ୧ଟା ସୁଦ୍ଧା ପ୍ରାୟ ୮୦ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଲୋକମାନଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।