ଭୁବନେଶ୍ୱର: ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ବାତ୍ୟା ପରବର୍ତୀ ଅବସ୍ଥାରେ ସ୍ୱାସ୍ଥ୍ୟସେବା କିଭଳି ଚାଲିଛି ତାହାର ତଦାରଖ ଲାଗି ଆସନ୍ତା କାଲି (୧୩ ତାରିଖ) ବିଭାଗର ଶାସନ ସଚିବଙ୍କ ଠାରୁ ଅନ୍ୟ ଆଇଏଏସ୍ ଓ ଓଏଏସ୍ ଅଧିକାରୀମାନେ ଗସ୍ତ କରିବେ । ସୂଚନା
ଅନୁଯାୟୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକକୁ ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ
ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଗସ୍ତ କରିବେ । ସେହିଭଳି ପୁରୀ ସଦର
ବ୍ଲକକୁ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ଯିବାକୁ ସ୍ଥିର ହୋଇଥିବାବେଳେ ବ୍ରହ୍ମଗିରିକୁ ସ୍ୱାସ୍ଥ୍ୟ
ବିଭାଗର ଯୁଗ୍ମ ସଚିବ ମାସସ ପାଢୀ ଓ ଉପ ସଚିବ ରାଜେଶ ଅଗ୍ରୱାଲ ଯିବେ । ସତ୍ୟବାଦୀ ବ୍ଲକକୁ ବିଭାଗର ଯୁଗ୍ମ ସଚିବ ୟାମିନୀ ଷଡଙ୍ଗୀ ଓ ଉପସଚିବ ଦୁର୍ଗେଶ ନନ୍ଦିନୀ ସାହୁ, କଣାସ ବ୍ଲକକୁ ଉପ ସଚିବ ଜସ୍ମିନ ପଟ୍ଟନାୟକ ଓ ସ୍ୱତନ୍ତ୍ର ଶରତ ମିଶ୍ର ଯବି ।ପାଇଁ ଧାର୍ଯ୍ୟ ହୋଇଥିବାବେଳେ ଗୋପ ବ୍ଲକକ ଯୁଗ୍ମ ସଚିବ ସ୍ମିତା ବିଶ୍ୱାଳ ଓ ଉପ ସଚିବ ମମତା ବାରିକ ଯିବେ ।
ବିଭିନ୍ନ ବ୍ଲକରେ ସ୍ୱାସ୍ଥ୍ୟସେବା ଅନୁଧ୍ୟାନ ପାଇଁ ଗସ୍ତରେ ଯିବାକୁ ସ୍ଥିର ହୋଇଥିବା ଏହି ବରିଷ୍ଠ ଅଧିକାରୀମାନଙ୍କ ସହିତ ଡାକ୍ତରୀଦଳ ମଧ୍ୟ ରହିବେ । ଏହି ଟିମ୍ କ୍ଷେତ୍ର ସ୍ଥଳକୁ ଯାଇ ବାତ୍ୟା ପରବର୍ତୀ ସ୍ଥିତିରେ ଲୋକେ କିଭଳି ସ୍ୱାସ୍ଥ୍ୟସେବା ପାଉଛନ୍ତି ତାହାର ଅନୁଧ୍ୟାନ କରିବେ । ବିଶେଷକରି ବାତ୍ୟାପରେ ଲୋକଙ୍କୁ ଆବଶ୍ୟକ ମୁତାବକ ଔଷଧ, ପ୍ରସୂତୀଙ୍କୁ ଆବଶ୍ୟକ ଚିକିତ୍ସା, ଜଳ ବିଶୋଧନ ସହିତ ମହାମାରୀ ନବ୍ୟାପିବା ପାଇଁ ବିଭାଗ ପକ୍ଷରୁ ଜାରି ସର୍ତକତା କିଭଳି କାର୍ଯ୍ୟକାରୀ ହେଉଛି ତାହା ଲୋକଙ୍କ ଠାରୁ ବୁଝିବେ । ସେହିଭଳି ବାତ୍ୟା ପରବର୍ତୀ ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ କିଭଳି ସଚେତନ କରାଯାଉଛି ତାହାର ସ୍ଥିତି ବି ପରଖିବେ ।
ଏଥି ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ବାତ୍ୟା ପରବର୍ତୀ ସ୍ୱାସ୍ଥ୍ୟସେବା
ଯୋଗାଣ ଲାଗି ପ୍ରତି ୧୦ଟି ପଂଚାୟତ ଲାଗି ଜଣେ କରି ଡାକ୍ତର ମୁତୟନ ପାଇଁ ସ୍ଥିର ହୋଇଛି । ଅନୁରୂପ ଭାବେ ପ୍ରତି ପଂଚାୟତ ଲାଗି ଜଣେକରି ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଦାୟିତ୍ୱରେ ରହିବେ । ପୁରୀ ଓ ଖୋରଧା ଜିଲ୍ଲାର ବାତ୍ୟା ପ୍ରଭାବିତ ୯ଟି ବ୍ଲକରେ ଏଭଳି ବ୍ୟବସ୍ଥା ଲାଗି ସ୍ଥିର ହୋଇଛି । ତଦନୁଯାୟୀ ୨୦ ଜଣ ଡାକ୍ତର ଓ ୨୦୦ ଜଣ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁତୟନ କରାଯିବ ା ଏଥିପାଇଁ ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାର ସିଡିଏମ୍ଓମାନଙ୍କୁ ସେମାନଙ୍କ ଜିଲ୍ଲାରୁ ଡାକ୍ତର ଓ ବହୁମୁଖ୍ୟ ସ୍ୱାସ୍ଥ୍ୟକର୍ମୀ ପଠାଇବାକୁ କୁହାଯାଇଛି । ଏମାନେ ୧୩ ତାରିଖ ସକାଳ ୮ଟା ସୁଦ୍ଧା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିକଟରେ ରିପୋର୍ଟ କରିବା ସହିତ ସାତଦିନ ପାଇଁ ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଓ ଖୋରଧା ଜିଲ୍ଲାରେ କାର୍ଯ୍ୟ କରିବେ ।
ସର୍ବଶେଷ ସୂଚନା ଅନୁଯାୟୀ ଆଜିସୁଦ୍ଧା ବାତ୍ୟା ପ୍ରପୀଡିତ ଅଂଚଳରେ ୧୮୪ ଭ୍ରାମ୍ୟମାଣ ଚିକିତ୍ସକ ଦଳ ମୁତୟନ ହୋଇଥିବାବେଳେ ୬୮୮ଟି ମେଡିକାଲ ରିଲିଫ କେନ୍ଦ୍ର କାର୍ଯ୍ୟ କରୁଛି । ଅନ୍ୟାନ୍ୟ ଜିଲ୍ଲାରୁ ୭୬ ଜଣ ଡାକ୍ତର ଓ ୩୧୦ ପାରାମେଡିକଙ୍କୁ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳକୁ ପଠାଯାଇଥିବାବେଳେ ଗାଁ କଲ୍ୟାଣ ସମିତି ଜରିଆରେ ୧୧,୧୧୨ ଟି ସଫେଇ କାର୍ଯ୍ୟକ୍ରମ ସରିଛି । ପାନୀୟଜଳ ବିଶୋଧନ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତରେ ହାତକୁ ନିଆଯିବା ସହିତ ଆଜି ସୁଦ୍ଧା ୫୯,୩୨୫ ଟି ମୁକ୍ତ ଜଳଉତ୍ସକୁ ବ୍ୟବହାର ଉପଯୋଗୀ କରାଯାଇ ପାରିଛି । ବାତ୍ୟା କ୍ଷତିଗ୍ରସ୍ତ କୌଣସି ସ୍ଥାନରେ ମହାମାରୀ ବ୍ୟାପି ନଥିବାବେଳେ ଏ ସଂକ୍ରାନ୍ତୀୟ ଆଗୁଆ ସତର୍କ ସୂଚନା ବି ମିଳିନାହିଁ ।
Next Post