ଆରପାରିରେ ପ୍ରସିଦ୍ଧ କବି ରାହତ ଇନ୍ଦୋରୀ

ମଧ୍ୟପ୍ରଦେଶ: ଆଉ ନାହାଁନ୍ତି ପ୍ରସିଦ୍ଧ କବି ରାହତ ଇନ୍ଦୋରୀ । କରୋନା ପଜିଟିଭ୍ ଚିହ୍ନଟ ପରେ ନିଧନ । ନିଜ ଫେସବୁକ ଆକାଉଣ୍ଟରେ କରୋନା ପଜିଟିଭ୍ ଥିବା ସୂଚନା ଦେଇଥିଲେ ସେ ।

ସେ ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ ଇନ୍ଦୋରୀ । ନିମୋନିଆ କାରଣରୁ ଫୁସଫୁସରେ ସଂକ୍ରମଣ ହୋଇଥିଲା । ଇନ୍ଦୋରୀଙ୍କ ପୁଅ ସତଲଜ ରାହତ କହିଛନ୍ତି ଯେ କୋଭିଡ-୧୯ ହେତୁ ଇନ୍ଦୋରୀ ଚାରି ମାସ ଘରେ ଥିଲେ । ସେ କେବଳ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଘରୁ ବାହାରକୁ ଯାଉଥିଲେ ।

ସେ କହିଛନ୍ତି ଯେ ଇନ୍ଦୋରୀ ଗତ ପାଞ୍ଚ ଦିନ ଧରି ଅଶାନ୍ତ ଅନୁଭବ କରୁଥିଲେ ଓ ଯେତେବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଫୁସଫୁସର ଏକ୍ସ-ରେ କରାଯାଇଥିଲା, ସେତେବେଳେ ତାଙ୍କୁ ନିମୋନିଆ ଥିବା ଜଣାପଡିଥିଲା ।