ସ୍କୁଲ ଘରେ ଲୁଚି ଲୁଚି ଶାରୀରିକ ସଂପର୍କରେ ମାତିଥିଲେ ପ୍ରେମି ଯୁଗଳ, ଅସଞ୍ଜତରେ ଦଖିଲେ ପରିବାର ଲୋକେ..

ଜୟପୁର: ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବକ ଜଣେ ତଫସିଲଭୁକ୍ତ ଜାତିର ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। lତବେ ଗତକାଲି ରାତିରେ ଉଭୟ ଗାଁ ସ୍କୁଲରେ ମିଳିତ ହେଉଥିବାର ଖବର ପାଇ ଯୁବତୀଙ୍କ ପରିବାର ଆସି ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ।। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବତୀଙ୍କ ପରିବାରୁ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଯୁବତୀଙ୍କୁ ମଧ୍ୟ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କୋରାପଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଯୁବତୀଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ଠାରୁ ମିଳଥିବା ସୂଚନାରୁ ପ୍ରକାଶ ଯେ, ଜୟପୁର ସଦର ଥାନା ଫାମ୍ପୁଣି ଗ୍ରାମର ଗଙ୍ଗାଧର ପ୍ରଧାନ (୨୫ ବର୍ଷ)ଙ୍କର ଜଣେ ତଫସିଲଭୁକ୍ତ ଜାତିର ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା।

ପ୍ରାୟ ୨ ବର୍ଷ ହେବ ପରସ୍ପରକୁ ଭଲପାଉଥିଲେ।  ରାତିରେ ଉଭୟ ଗଙ୍ଗାଧର ଓ ଯୁବତୀ ଫାମ୍ପୁଣି ଗ୍ରାମ ସ୍କୁଲ ଘରେ ନିରୋଳାରେ ମିଳିତ ହୋଇଥିଲେ। ଏହି ସମୟରେ ସୂଚନା ପାଇ ଯୁବତୀଙ୍କ ସମ୍ପର୍କୀୟମନେ ସେଠାରେ ପହଞ୍ଚି ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ ଓ ଗଙ୍ଗାଧରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ସେମାନେ ଯୁବତୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିବାହର ପ୍ରଲୋଭନ ଦେଖାଇ ଗଙ୍ଗାଧର ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଯୁବତୀଙ୍କ ପରିବାର ସଦର ଥାନାରେ ଅଭିଯୋଗ କରିବା ପରେ ଏ ନେଇ ୧୪୧/୧୮ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଗଙ୍ଗାଧରଙ୍କ ପରିବାରର ଅଭିଯୋଗ କ୍ରମେ ହତ୍ୟା ଉଦ୍ୟମରେ ୧୪୨/୧୮ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।