ସ୍ତ୍ରୀ, ଝିଅକୁ ମାରି ସ୍ୱାମୀର ଆତ୍ମହତ୍ୟା

ଗଡ଼ପୋଷ: ବିବାହର ତିନି ବର୍ଷ ପୂରିନି। ହେଲେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ଓ ମନାନ୍ତର ୩ ଜଣଙ୍କ ଜୀବନ ନେଇଛି। ସ୍ତ୍ରୀକୁ ହତ୍ୟା ପରେ ନିଜର ଦୁଇ ବର୍ଷର ନିଷ୍ପାପ କନ୍ୟାକୁ ମଧ୍ୟ ହତ୍ୟା କରିବାକୁ ପଛାଇ ନାହିଁ।...

ଗଡ଼ପୋଷ: ବିବାହର ତିନି ବର୍ଷ ପୂରିନି। ହେଲେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ଓ ମନାନ୍ତର ୩ ଜଣଙ୍କ ଜୀବନ ନେଇଛି। ସ୍ତ୍ରୀକୁ ହତ୍ୟା ପରେ ନିଜର ଦୁଇ ବର୍ଷର ନିଷ୍ପାପ କନ୍ୟାକୁ ମଧ୍ୟ ହତ୍ୟା କରିବାକୁ ପଛାଇ ନାହିଁ। ପରେ ନିଜେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ରାଉରକେଲା ସେକ୍ଟର-୧ କ୍ବାର୍ଟର୍ସ ନମ୍ବର: ସି-୧୦୧ରେ ରହୁଥିବା ପ୍ରତାପ ଚନ୍ଦ୍ର ଭଞ୍ଜଙ୍କ ପୁଅ ସୁକରାଜିତ ଭଞ୍ଜଦେଓ(୩୪) ସ୍ତ୍ରୀ ସୁମତୀ ଓ ଝିଅ ଏଲିନା ସହ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ସିପ୍‌ୟାର୍ଡ ଲେଆଉଟ ଅଞ୍ଚଳରେ ଜାହ୍ନବୀ ଏନକ୍ଲେଭ୍‌ର ପ୍ଲଟ ନମ୍ବର ୧୦୧ରେ ରହୁଥିଲେ। ସୁକରାଜିତ ବିଶାଖାପାଟଣାର ଭାରତୀୟ ଖାଦ୍ୟ ନିଗମରେ ମ୍ୟାନେଜର ପଦରେ କାର୍ଯ୍ୟ କରୁଥିଲେ। ତେବେ ବିବାହ ପରେ ବିଭିନ୍ନ ସମୟରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଶୁକ୍ରବାର ଦିନ ସୁକରାଜିତ ସ୍ତ୍ରୀ ସୁମତୀ ଓ ଝିଅ ଏଲିନାକୁ ହତ୍ୟା କରିଥିଲେ। ପରେ ମାନସିକ ଭାରସାମ୍ୟ ହରାଇ କୌଣସି ଟ୍ରେନ୍‌ରେ ଘରକୁ ଫେରୁଥିଲେ। ମାତ୍ର ରାଉରକେଲାକୁ ନ ଯାଇ ବାମରାରେ ଅଟକି ଯାଇଥିଲେ। ସେଠାରେ ସେ ତାଙ୍କ ବାପାଙ୍କୁ ଫୋନ୍‌ ଯୋଗେ ଘଟଣା ସମ୍ପର୍କରେ କହି ନିଜେ ଆତ୍ମହତ୍ୟା କରୁଥିବା ଦର୍ଶାଇଥିଲେ। ପ୍ରତାପ ଚନ୍ଦ୍ର ତୁରନ୍ତ ରାଉରକେଲା ଜିଆର୍‌ପି ସହ ସମ୍ପର୍କ କରିଥିଲେ। ଜିଆରପି ବାମରା ଜିଆର୍‌ପିକୁ ଯୋଗାଯୋଗ କରିବା ବେଳକୁ ସକରାଜିତ ହାୱଡ଼ା-ଏଲଟିଟିଇ ସୁପରଫାଷ୍ଟ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରି ଦେଇଥିଲେ। ଟ୍ରେନ୍‌ ଡ୍ରାଇଭର୍‌ଠାରୁ ଖବର ପାଇ ବାମରା ଜିଆର୍‌ପି ଘଟଣାସ୍ଥଳକୁ ଯାଇଥିଲେ। ଘଟଣାସ୍ଥଳ ରାଜଗାଙ୍ଗପୁର ଜିଆର୍‌ପି ଅଧୀନରେ ଥିବାରୁ ପରେ ଜିଆର୍‌ପି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନେଇଥିଲା। ପରେ ପରିବାର ଲୋକ ଫୋନ୍‌ ଯୋଗେ ବିଶାଖାପାଟଣାରେ ଥିବା ଜଣେ ପରିଚିତଙ୍କୁ ଘଟଣାର ସତ୍ୟତା ଜାଣିବା ପାଇଁ ସମ୍ପର୍କ କରିଥିଲେ। ବ୍ୟକ୍ତି ଜଣଙ୍କ ପିଏମ୍‌ ପାଲେମ ପୁଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ। ପୁଲିସ ତାଲା ଭାଙ୍ଗି ଭିତରକୁ ପଶିବା ମାତ୍ରେ ମା’ ଓ ଝିଅଙ୍କ ଶବ ପଡ଼ିଥିବା ଦେଖିଥିଲେ। ଉଭୟଙ୍କ ଶବ ରୋଷେଇ ଘରେ ପଡ଼ିଥିଲା। ପିଏମ୍‌ ପାଲେମ୍‌ ପୁଲିସ ସର୍କଲର ଇନ୍ସପେକ୍ଟର ଏ ରବି କୁମାର ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ସୁମତୀଙ୍କ ଘର ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳ ବୋଲି ଜଣାପଡ଼ିଛି।

Spread the love
Categories
କ୍ରାଇମ

RELATED BY

  • ବଡ଼ଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ମୃତ

    ହରିଚନ୍ଦନପୁର: ମଙ୍ଗଳବାର ସନ୍ଧ୍ୟା ବେଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ରେବଣା ଗ୍ରାମରେ ଘର ତିଆରି କଥାରେ ଜଣେ ବଡ଼ଭାଇ ତା’ର ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି।ଟାଙ୍ଗିଆ ଚୋଟରେ ନିହତ ସାନଭାଇ ହେଉଛି ୧୬ ବର୍ଷିୟ କରମା...
  • ଭଣଜା ଟାଙ୍ଗିଆ ଚୋଟରେ ମାଇଁ ମୃତ

    ଆନନ୍ଦପୁର: ଗୁଣି ଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଛି ମୁଣ୍ଡ। ଏଥର ଏପରି ନୃଶଂସ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲାରେ। ଆନନ୍ଦପୁର ବ୍ଲକ୍‌ କନ୍ତଳା ଗାଁରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ...
  • ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ୨ ମୃତ, ୨ ଗୁରୁତର

    ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗାଁରେ ହୋଇଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ଗାଁରେ ଚାରି ଜଣ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହଣାଯାଇଛି । ଏଥିରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଭାଇ ଆହତ...
  • ପଞ୍ଚୁପାଳ ଗ୍ରାମ ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

    ବାରଙ୍ଗ: ଶୁକ୍ରବାର ସକାଳେ ସ୍ଥାନୀୟ ପଞ୍ଚୁପାଳ ଗ୍ରାମର ପୁଲିସ ଜଣେ ଆତତାୟୀଙ୍କୁ ଗିରଫ କରିଛି। ଗିରଫ ଆତତାୟୀ ହେଉଛନ୍ତି ସୁଭ୍ରାଂଶୁ ଶେଖର ଷଡ଼ଙ୍ଗୀ ଓରଫ ରାଜା। ଚନ୍ଦକା ଥାନା ଅଧୀନ ଦାରୁଠେଙ୍ଗ ପଞ୍ଚାୟତ ଅନ୍ତର୍ଗତ ଚୁଡ଼ଙ୍ଗ ବସ୍ତିର ମଣ୍ଟୁ ମଣ୍ଡଳଙ୍କୁ...