‘ଫେୟାର ଆଣ୍ଡ ଲଭଲି’ରୁ ହଟିବ ‘ଫେୟାର’

ନୂଆଦିଲ୍ଲୀ: ବଡ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ନିଜ ବ୍ରାଣ୍ଡ ଫେୟାର ଆଣ୍ଡ ଲଭଲୀର ନାଁକୁ ପରିବର୍ତ୍ତନ କରିବାକୁ ଯାଉଛି । ଫେୟାର ଆଣ୍ଡ ଲଭଲୀରୁ ଫେୟାର ଶବ୍ଦଟିକୁ ହଟାଇବାର ଆଲୋଚନା ଚାଲିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ସମସ୍ତ ମଂଜୁରୀ ପରେ ନୂଆ ବ୍ରାଣ୍ଡ ନାଁ ଲଂଚ କରାଯିବ । ଯେଉଁ ନୂଆ ନାମ ସହ ନିଜ ପ୍ରଡକ୍ଟ ଲଂଚ କରିବ ସେଥିରେ ବିଶେଷ ଭାବରେ ଅଲଗା ଅଲଗା ସ୍କିଟ ଟୋନ ଅନୁଯାୟୀ ଲଂଚ କରାଯିବ ବୋଲି କମ୍ପାନୀ କହିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଫେୟାର ଆଣ୍ଡ ଲଭଲୀ କ୍ରିମକୁ ନେଇ ବିଭିନ୍ନ ପ୍ରକାର ଆରୋପ ଲାଗିଥିଲା । ଖାସ୍ ଭାବରେ ସ୍କିନ କଲରକୁ ନେଇ କମ୍ପାନୀ ଉପରେ ଭେଦଭାବ କରୁଥିବାର ଆରୋପ ଲାଗିଥିଲା । ଯାହା ପରେ କମ୍ପାନୀ ବ୍ରାଣ୍ଡ ନେମ ପରିବର୍ତନ କରିବାକୁ ବିଚାର କରୁଛି । ବ୍ରାଣ୍ଡ ନାଁରୁ ଫେୟାର ଶବ୍ଦର ବ୍ୟବହାର ବନ୍ଦ କରାଯିବ । ନୂଆ ନାମ ପାଇଁ କମ୍ପାନୀ ଆବେଦନ କରିଥିବା ବେଳେ ଏ ପର୍ଯ୍ୟନ୍ତ ଏହାକୁ ଅନୁମତି ମିଳିନଥିବା ଗୁରୁବାର ହିନ୍ଦୁସ୍ତାନ ୟୁନିଲିବର କହିଛି ।