ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଅଟକ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ। ସେ ଏନ୍‌ସିପି ନେତା ତଥା ମନ୍ତ୍ରୀ ଥିବା ନବାବ ମଲିକଙ୍କ ଇସ୍ତଫା ଦାବି କରି ବୁଧବାର ଶୋଭାଯାତ୍ରା ବାହାର କରିଥିଲେ। ହେଲେ ପୋଲିସ ସେମାନଙ୍କୁ ମେଟ୍ରୋ ଜଙ୍କସନଠାରୁ ଆଗକୁ ଯିବାକୁ ଦେଇ ନ ଥିଲା । ସେହିଠାରୁ ହିଁ ଫଡନବିସଙ୍କ ସହ ଅନ୍ୟ କିଛି ଭାଜପା ନେତାଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ନବାବଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ମୁମ୍ବାଇର ଅଣ୍ଡରୱାଲର୍‌ଡ ଡନ୍‌ ତଥା ପଳାୟନ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଓ ତାଙ୍କ ସମ୍ପର୍କୀୟ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ପ୍ରଥମେ ନବାବଙ୍କୁ ପଚରାଉଚରା କରିଥିଲା। ଏହାପରେ ତାଙ୍କୁ ଗିରଫ କରିଥିଲା। ଏହାକୁ ନେଇ ଫଡନବିସ ଏବଂ ଭାଜପାର ଅନ୍ୟ ନେତାମାନେ ମିଶି ନବାବଙ୍କ ଇସ୍ତଫା ଦାବିରେ ଆଜାଦ ମୈଦାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ।