ଦୂତୀଙ୍କୁ ସମ୍ବର୍ଦ୍ଧନା, ମୁଖ୍ୟମନ୍ତ୍ରୀ ଦେଲେ ୩ କୋଟିର ଚେକ୍

ଭୁବନେଶ୍ୱର : ଜାକର୍ତ୍ତା-ପାଲେମ୍ବାଙ୍ଗ ଏସିଆନ ଗେମ୍ସରେ ଡବଲ ରୌପ୍ୟ ଜିତି ଓଡ଼ିଶା ଫେରିବା ପରେ ଦୂତୀ ଚାନ୍ଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜାକର୍ତ୍ତାରେ ସେ ୧୦୦ ଏବଂ ୨୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତି ଗୁରୁବାର ନୂଆଦିଲ୍ଲୀରେ ପହଞ୍ôଚଥିଲେ । ଶୁକ୍ରବାର ସେ ନୂଆଦିଲ୍ଳୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ôଚବା ପରେ ବିଭିନ୍ନ ସଂଗଠନ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବସେବା ବିଭାଗ, କ୍ରୀଡ଼ାବିତ, ପ୍ରଶାସକ ଏବଂ କିଟ୍ ଓ କିସ୍ ପକ୍ଷରୁ ଫୁଲହାର ଦିଆଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିମାନବନ୍ଦରରେ ତାଙ୍କୁ ଦେଖିବା ଲାଗି ଶହଶହ ସମର୍ଥକ ଉପସ୍ଥିତ ଥିଲେ । ଏତେ ଲୋକଙ୍କୁ ଦେଖି ସେ ଭାବବିହ୍ୱଳ ହୋଇଯାଇଥିଲେ । ସେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ସେହିପରି ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ ।

ବିମାନବନ୍ଦରରୁ ତାଙ୍କୁ ସିଧାସଳଖ ସଚିବାଳୟକୁ ନିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଘୋଷଣା ଅନୁଯାୟୀ ୩ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ସରକାର ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଲାଗି ଲକି ବୋଲି ସମ୍ବର୍ଦ୍ଧନା ପରେ ଦୂତୀ କହିଥିଲେ । ଏହି ସମୟରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, କ୍ରୀଡ଼ା ଏବଂ ଯୁବସେବା ସଚିବ ବିଶାଳ ଦେବ ପ୍ରମୁଖ ଉପସ୍ଥିତ ଥିଲେ ।

ସଚିବାଳୟରୁ ଦୂତୀଙ୍କୁ ସିଧା କିଟ୍ ଏବଂ କିସ୍ ପରିସରକୁ ନିଆଯାଇଥିଲା । କିଟ୍ ଛକଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଛାତ୍ରଛାତ୍ରୀମାନେ ତାଙ୍କୁ ଏକ ଶୋଭାଯାତ୍ରାରେ କ୍ୟାମ୍ପସକୁ ପାଛୋଟି ନେଇଥିଲେ । ସେଠାରେ ତାଙ୍କୁ ୨୦ ହଜାରରୁ ଊଦ୍ଧ୍ୱର୍ ଛାତ୍ରାଛାତ୍ରୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।