ଗଞ୍ଜେଇ ଚାଲାଣକାରୀଙ୍କ ମାଡ଼ରେ ହୋମଗାର୍ଡ ମୃତ

ମାଲକାନଗିରି: ମାଫିିଆଙ୍କ ମାଡ଼ରେ ହୋମଗାର୍ଡ ମୃତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ୱାଭିମାନ ଅଞ୍ଚଳ ମାଲକାନଗିରିରେ । ହୋମଗାର୍ଡଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇପଡିଥିଲେ । ପରେ ତାଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତକ ଜଣକ ବନବାସୀ ମହାରଣା ବୋଲି ଜଣାପଡିଛି । ଭାରରେ ଗଞ୍ଜେଇ ଚାଲାଣ ବେଳେ ହୋମଗାର୍ଡ ଜଣଙ୍କ ତାଙ୍କୁ ଅଟକାଇବାରୁ ମାଫିଆ ହୋମଗାର୍ଡଙ୍କ ଉପରେ ଆକ୍ରମଣ କରିଥିଲେ ।