ଫେସବୁକ ଆପରେ ସମାଚାର ସେବା

ନୂଆଦିଲ୍ଲୀ :ସୋସିଆଲ ସାଇଟ୍ ଫେସବୁକ ଏବେ ଆପରେ ସମାଚାର ସେବା ଆରମ୍ଭ କରିଛି। ଏଥିପାଇଁ କିଛି ବଛା ବଛା ସମାଚାର ସଂସ୍ଥାକୁ ଖବର ପ୍ରସାରଣ କରିବାକୁ ଚୟନ କରାଯାଇଛି। ଏଥିପାଇଁ ଫେସବୁକ ଏକ ଅଲଗା ଏବଂ ନୂଆ ନ୍ୟୁଜ୍ ଟ୍ୟାବ୍ ଦେବ। ତେବେ ଆମେରିକାର କେବଳ ୨୦୦,୦୦୦ ୟୁଜରଙ୍କୁ ପରୀକ୍ଷମୂଳକ ଭାବେ ଏହି ସେବା ଯୋଗେଇ ଦିଆଯିବ।

ସୂଚନା ଅନୁଯାୟୀ, ଫେସବୁକ ୪ଟି ପ୍ରକାଶନ ଶ୍ରେନୀ ଏହି ସମାଚାର ସେବା ଆରମ୍ଭ କରୁଛି। ଏହି ଶ୍ରେଣୀରେ ସାମାନ୍ୟ, ସାମୂହିକ, ବିବିଧ ଏବଂ ସ୍ଥାନୀୟ ସମାଚାର ରହିବ। ଏକ ରିପୋର୍ଟ ମୁତାବକ, ଫେସବୁକ ଦ ନ୍ୟୁୟର୍କ ଟାଇମ୍ସ, ଦ ଲସ୍ ଆଞ୍ଜେଲସ୍ ଟାଇମ୍ସ, ବ୍ଲୁମବର୍ଗ ମିଡିଆ, ୟୁଏସଏ ଟୁଡେ ପବ୍ଲିସର ଗୈନେଟ କରପୋରେଶନ ଭଳି ନ୍ୟୁଜ ୱେବସାଇଟକୁ ଲାଇସେନ୍ସ ଦେବ। ଏହା ସହ କମ୍ପାନୀ ୨୦୦ ନ୍ୟୁଜ୍ ସାଇଟ୍ ଯୋଡିବାକୁ ବିଚାର କରୁଛି।

ଫେସବୁକ ପେଜରେ ବିଜ୍ଞାନ ଏବଂ ଟେକନିକ୍, କ୍ରୀଡା, ମନୋରଞ୍ଜନ, ବ୍ୟାପାର, ସ୍ଵାସ୍ଥ୍ୟ ଭଳି ବିଭାଗ ରହିଵ। ୟୁଜରଙ୍କୁ ଏହି ପ୍ଲାଟଫର୍ମରେ ନ୍ୟୁଜ ସବସ୍କ୍ରିପସନ କିଣିବାକୁ ସୁବିଧା ଦିଆଯିବ। ସୋସିଆଲ ମିଡିଆ କମ୍ପାନୀ ଏହି ସେକ୍ସନ ପାଇଁ ଏକ ଟିମ୍ ରଖିବ। ଯେଉଁମାନେ କି, ଦିନସାରାର ମହତ୍ଵପୂର୍ଣ୍ଣ ନ୍ୟୁଜ ଗୁଡିକୁ ଚିହ୍ନଟ କରିଵେ। କ୍ଵାଲିଟି ଜର୍ଣ୍ଣାଲିଜିମକୁ ପ୍ରୋତ୍ସାହନ ଦେବା ପାଇଁ ଫେସବୁକର ସଂସ୍ଥାପକ ମାର୍କ ଜୁକରବର୍ଗ ଏହି ବ୍ୟବସ୍ଥାର ଆରମ୍ଭ କରୁଛନ୍ତି। ଏହା ଦ୍ଵାରା ସୋସିଆଲ ମିଡିଆରେ ମିଥ୍ୟା ଖବର ଉପରେ ମଧ୍ୟ ଅଙ୍କୁଶ ଲଗାଯିବ।