ଫେସବୁକରେ ହେଲା ପ୍ରେମ, ଲୁଚା ଛପାରେ ହୋଟେଲେରେ ହେଲା ବାହାଘର,ତା ପରେ କାହିଁକି ଧୋକ୍କା ଦେଲା ପ୍ରେମିକ

ମୁଙ୍ଗେର : ଫେସବୁକରେ ପରିଚୟ । ତା ପରେ ଆରମ୍ଭ ହେଲା ଚାଟିଙ୍ଗ । ବାସ ସେଇଠୁ ଆରମ୍ଭ ହେଲା ପ୍ରେମ । କଥା ଏତେ ବାଟ ବଢିଲାଯେ, ପରସ୍ପର ବାହାହେବାକୁ ନିଷ୍ପତ୍ତି ନେଲେ ଦୁଇ ଫେସବୁକ ଫ୍ରେଣ୍ଡ । ପରିବାର ଅଜଣାତରେ ଲୁଚି ଛପି ହୋଟେଲେରେ ବାହା ବି ହୋଇଗଲେ । ବାସ ଦିନ କେଇଟା ପରେ ପଦାକୁ ଆସିଲା ପ୍ରେମିକର ଅସଲ ଚେହେରା । ଯୈ÷ାତୁକ ଲାଗି ଆରମ୍ଭ ହେଲା ନବ ବିବାହିତାଙ୍କ ଉପରେ ଜୁଲମ । ଭଲ ପାଇ ଯାହାକୁ ବାହା ହୋଇଥିଲେ । ପରିବାରକୁ ପର କରିଥିଲେ ସେଇ ସ୍ୱାମୀ ୫ ଲକ୍ଷ ଦାବି କଲା । ଘଟଣା ଘଟିଛି ବିହାରର ମୁଙ୍ଗରରେ ।

ଚଳିତ ବର୍ଷ ଏପ୍ରିଲ ୫ରେ କବିତା ଭୀମଙ୍କ ସହ ବିବାହ କରିଥିଲେ । କିଛି ମାସ ରହିବା ପରେ କବିତାଙ୍କ ମା’ ଭୀମଙ୍କ ଘରକୁ ଆସି ଜୁଲାଇ ୨୧ରେ କବିତାଙ୍କୁ ସେଠାରୁ ନେଇ ଯାଇଥିଲେ । ମା’ଙ୍କ ସହ କିଛି ଦିନ ରହି କବିତା ପୁଣି ନଭେମ୍ବର ୨୯ରେ ଭୀମଙ୍କ ପାଖକୁ ଫେରିଥିଲେ। କିନ୍ତୁ ଫେରିବା ପରେ ତାଙ୍କୁ ପୂର୍ବ ପରି ଭଲ ପାଇବା ମିଳିବା ଅପେକ୍ଷା ଘରୋଇ ହିଂସାର ଶିକାର ହେବାକୁ ପଡ଼ିଥିଲା । ଭୀମ ଏବଂ ତାଙ୍କ ମାତା-ପିତା କବିତାଙ୍କୁ ମାଡ଼ ମାରି ବାପ ଘରୁ ୫ ଲକ୍ଷ ଟଙ୍କା ଆଣିବା ପାଇଁ ଚାପ ପକାଇଥିଲେ । ବାରମ୍ବାର ଏହି କଥାକୁ ନେଇ କବିତାଙ୍କ ଉପରେ ଚାପ ପକାଯିବା ପରେ ଶେଷରେ ପୁଲିସରେ ଅଭିଯୋଗ କରିଥିଲେ କବିତା ।