ଏଲଭିପିଇଆଇ ଓ ଓଏମସି ମିଳିତ ଆନୁକୁଲ୍ୟରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଯାନ “ପଶ୍ୟନ୍ତୁ” ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ମାଇନିଙ୍ଗ କର୍ପୋରେସନ୍ (ଓଏମସି) ଏବଂ ଏଲ ଭି ପ୍ରସାଦ ଆଇ ଇଷ୍ଟିଚ୍ୟୁଟ୍‌(ଏଲଭିପିଇଆଇ) ମିଳିତ ଆନୁକୁଲ୍ୟରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଯାନ “ପଶ୍ୟନ୍ତୁ” କୁ ଆରମ୍ଭ କରିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ଚକ୍ଷୁ ଯାନର ଶୁଭାରମ୍ଭ କରିଛନ୍ତି। ଏହି ଯାନରେ ଅତ୍ୟାଧୁନିକ ସରଞ୍ଜାମ ରହିଛି। ସବୁବର୍ଗ ଲୋକଙ୍କୁ ଚିକିତ୍ସା ଯୋଗାଇଦେବା ଭଳି ସୁବିଧା ରହିଛି। ଏହି ଯାନ କେନ୍ଦୁଝର, ବ୍ରହ୍ମପୁର, ରାୟଗଡା, ରାଜଗାଙ୍ଗପୁରରେ ଚକ୍ଷୁ ରୋଗୀଙ୍କୁ ସେବା ଯୋଗାଇବ। ରାଜଧାନୀ ଭୁବନେଶ୍ୱର ଭଳି ଏହି କେନ୍ଦ୍ର ଗୁଡିକରେ ଚିକିତ୍ସା ସୁବିଧା ଯୋଗାଇବାକୁ ଏହି ପ୍ରୟାସ କରାଯାଇଛି। ପାଇଲଟ୍‌ ପ୍ରକଳ୍ପ ଭାବେ ଗୋଟିଏ ଭ୍ରାମ୍ୟମାଣ ଯାନ ଆରମ୍ଭ କରାଯାଇଛି। ପର୍ଯ୍ୟାୟକ୍ରମେ ଅନ୍ୟ ସ୍ଥାନରେ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯିବ ।