ଜେଠମଲାନିଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ: ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ ରାମ ଜେଠମଲାନିଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶୋକପ୍ରକାଶ କରି କହିଛନ୍ତି ଯେ ଜନସାଧାରଣଙ୍କ ସମସ୍ୟାକୁ ନିର୍ଭୀକ ଭାବେ ଜେଠମଲାନି ଉଠାଉଥିଲେ |

ସେହିପରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଯେ ଦେଶ ଜଣେ ବିଶିଷ୍ଟ ଆଇନଜ୍ଞ ଓ ଦେଶପ୍ରେମୀଙ୍କୁ ହରାଇଲା | ସେହିପରି ଜେଠମଲାନିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରି କହିଛନ୍ତି ଯେ ସେ ଜଣେ ନିର୍ଭୀକ ବକ୍ତା ଓ ସାହାଯ୍ୟକାରୀ ବ୍ୟକ୍ତିତ୍ବ ଥିଲେ |

ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ କରିବା ସହ ପରିବାର, ବନ୍ଧୁ ଓ ଅନୁଗତଙ୍କୁ ଗଭୀର ସମବେଦନା ଜଣାଇଛନ୍ତି |