ଜବତ ହେଲା ୧୯୬ କ୍ୱିଂଟାଲ ବିସ୍ଫୋରକ

ଗଞ୍ଜାମ: ଏକ ଗୋଦାମରୁ ୧୯୬ କ୍ୱିଂଟାଲ ଆମୋନିୟମ୍ ନାଇଟ୍ରେଟ୍ ଜବତ କରିଛି ଏସଟିଏଫ୍ । ଗଞ୍ଜାମ ରମ୍ଭା ଥାନା ଗୋପାଳପୁର ଅଂଚଳରୁ ଏହି ବିସ୍ଫୋରକ ସାମଗ୍ରୀକୁ ଜବତ କରାଯାଇଛି ।

ଏଥିସହ ୩୨ଶହ ଖଣ୍ଡ ଜିଲାଟିନ ଷ୍ଟିକ ଓ ୪୦୬ ଖଣ୍ଡ ଡିଟୋନେଟର ଜବତ  ହୋଇଛି । ବେଆଇନ ବିସ୍ଫୋରକ ସାମଗ୍ରୀ ରଖିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ବିସ୍ଫୋରକ ସାମଗ୍ରୀ ମହଜୁଦ ସମ୍ପର୍କରେ ଖବର ପାଇଁ ଏସଟିଏଫ୍ ପକ୍ଷରୁ ଚଢ଼ଉ ହୋଇଥିଲା।