କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ମହଙ୍ଗା ଭତ୍ତା

ହୋଲି ସହିତ ଖୁସି ଖବର ଆସିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ । ମୋଦି ସରକାର ସେମାନଙ୍କର ଡିଏ ତିନି ପ୍ରତିଶତ ବୃଦ୍ଧି କରୁଛନ୍ତି । ହୋଲି ପରେ ଏହି ମହଙ୍ଗା ଭତ୍ତା ମିଳିବ । ତେବେ ତା ପୂର୍ବରୁ ସରକାର ଏ ନେଇ ଘୋଷଣା କରିବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀମାନେ ୩୧ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି ।

ଯାହା ୩୪ ପ୍ରତିଶତରେ ପହଞ୍ଚିବ । ଗତ ଜାନୁଆରୀ ମାସରେ ମହାଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଥିଲା । ହେଲେ ଏବେ ଏହା ମାର୍ଚ୍ଚ ୧୬ ତାରିଖ ଦିନ ଘୋଷଣା ହେବ ବୋଲି ସୂଚନା ମିଳିଛି । ସେହିଦିନ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ପରେ ଏ ନେଇ ଘୋଷଣା ହୋଇ ପାରେ । କାରଣ ଏବେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଏହି ଘୋଷଣା କରାଯାଇ ପାରିନାହିଁ । ଏହି ତିନି ପ୍ରତିଶତ ବୃଦ୍ଧି ହେଲେ ସର୍ବନିମ୍ନ ଦରମା ୬୪୮୦ ଟଙ୍କାକୁ ବଢ଼ିବ । ଯେଉଁମାନଙ୍କ ବେସିକ୍‌ ଦରମା ୧୮ ହଜାର ଟଙ୍କା ସେମାନଙ୍କୁ ୬୧୨୦ ଟଙ୍କା ଡିଏ ମିଳିବ ।