ଏକଜିଟ୍ ପୋଲ: ଦିଲ୍ଲୀରେ ପୁଣିଥରେ ମଙ୍ଗ ଧରିବ ଛାଡୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଅନ୍ୟପଟେ ବିିଭିନ୍ନ ଏକଜିଟ୍ ପୋଲ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି । ଏଥିରୁ ଜଣାପଡିଛି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ସ୍ଥାନ ବଜାୟ ରଖିବେ ବୋଲି । ପୁଣିଥରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି(ଆପ୍‌) ନିଜର କ୍ଷମତାକୁ ଫେରିବ ବୋଲି ସମ୍ଭାବନା ରହିଛି । ଅବଶ୍ୟ ୨୦୧୫ ନିର୍ବାଚନ ଅପେକ୍ଷା ଏଥର କିଛି ଆସନ କମିପାରେ ବୋଲି ଏକଜିଟ୍ ପୋଲରୁ ଜଣାପଡିଛି |

ଟାଇମ୍ସ ନାଓ ପକ୍ଷରୁ ଆକଳନ କରାଯାଇଛି ଯେ ଆମ ଆଦମୀ ପାର୍ଟି-୪୪ଟି ଆସନ ପାଇବାକୁ ଥିବାବେଳେ ବିଜେପି-୨୬ଟି ଆସନ ପାଇବ | ସେହିପରି କଂଗ୍ରେସ ଖାତା ଖୋଲିପାରିବ ନାହିଁ | ରିପବ୍ଲିକ ଟିଭି ପକ୍ଷରୁ ପ୍ରକାଶିତ ଏକଜିଟ୍ ପୋଲ ଅନୁସାରେ ଆମ ଆଦମୀ ପାର୍ଟି-୪୮-୬୧ଟି ଆସନ ପାଇବାକୁ ଥିବାବେଳେ ବିଜେପି-୦୯-୨୧ ଓ କଂଗ୍ରେସ-୦-୧ଟି ଆସନ ପାଇବ | ନ୍ୟୁଜ ଏକ୍ସ ଓ ଇଣ୍ଡିଆ ନ୍ୟୁଜ ପକ୍ଷରୁ ପ୍ରକାଶିତ ଏକଜିଟ୍ ପୋଲ୍ ଅନୁସାରେ ଆମ ଆଦମୀ ପାର୍ଟି-୫୩-୫୭ଟି ଆସନ, ବିଜେପି-୧୧ରୁ ୧୭ଟି ଆସନ ଓ କଂଗ୍ରେସ-୦ରୁ ୨ଟି ଆସନ ପାଇବ ବୋଲି ଆକଳନ କରାଯାଇଛି |

ଏଠାରେ ସୂଚନା ଥାଉ କି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ୭୦ଟି ଆସନରେ ଭୋଟ ଗ୍ରହଣ ହୋଇଥିବାବେଳେ ସମୁଦାୟ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଯାଇଛି | ଆସନ୍ତା ୧୧ ତାରିଖରେ ଦିଲ୍ଲୀ ବିଧାନସଭାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ |