ଏକଜିଟ ପୋଲ; ଓଡ଼ିଶାରେ ବିଜେପି ଲୋକସଭା ଆସନ ଫଳାଫଳକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା

ବୁଥ ବାହୁଡା ମତ ଅର୍ଥାତ୍ ଏକଜିଟ ପୋଲ ପରେ ଓଡିଶା ଲୋକସଭା ଆସନକୁ ନେଇ ଚର୍ଚ୍ଚା ହେଉଛି । କାରଣ ଏଠାରେ ବିଜେପି ଅଧିକ ସିଟ୍ ଜିତିବା ନେଇ ଆକଳନ କରାଯାଇଛି । ତେବେ କହିବାକୁ ଗଲେ ବିଜେପି ଓଡିଶାରୁ ଅଧିକ ଫାଇଦା ପାଇବା ନେଇ ଚର୍ଚ୍ଚା ହେଉଛି ।

ଓଡିଶାରେ ବି ବିଜେପି ଅଧିକ ଲୋକସଭା ସିଟ ପାଇବା ନେଇ ଆକଳନ କରାଯାଉଛି । ଓଡିଶା ଲୋକସଭା ଆସନକୁ ନେଇ ଇଣ୍ଡିଆ ଟିଭିର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୫ରୁ ୧୭ ଆସନ ମିଳିବା ନେଇ ଆକଳନ ହୋଇଛି ।

ଜନ କି ବାତର ଏକଜିଟ୍ ପୋଲ୍ ଅନୁସାରେ, ଓଡ଼ିଶାରେ ବିଜେପି ୧୫ରୁ ୧୮ ଲୋକସଭା ସିଟ୍ ଜିତି ଇତିହାସ ରଚୁଛି। ଅନ୍ୟପଟେ ବିଜେଡି ୩ରୁ ୭ ଆସନରେ ସୀମିତ ରହୁଥିବା ବେଳେ କଂଗ୍ରେସ ଖାତା ଖୋଲି ପାରୁନି।