କେନ୍ଦ୍ର ଅର୍ଥନୀତିକୁ ତୀବ୍ର ସମାଲୋଚନା କେଲ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅର୍ଥନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ  ମନମୋହନ ସିଂହ। ଆଜି କଂଗ୍ରେସ ରିଲିଜ କରିଥିବା ମନମୋହନଙ୍କ ଏକ ଭିଡିଓରେ ମନମୋହନ, ମୋଦି ସରକାର ଅର୍ଥନୈତିକ ପରିଚାଳନାରେ ବିଫଳ ହୋଇଥିବା ବଖାଣିଛନ୍ତି। ଭାରତର ଅର୍ଥନୈତିକ ପ୍ରଗତି ପାଇଁ ଯଥେଷ୍ଟ ସୁଯୋଗ ଥିବା ସତ୍ତ୍ବେ ଜିଡିପି ୫ ପ୍ରତିଶତକୁ ଖସିଆସିବା ଉଦବେଗର ବିଷୟ ।  ବିଶେଷ କରି ତରବରିଆ ନିଷ୍ପତ୍ତି ଯୋଗୁଁ ବେରୋଜଗାରୀ ବଢ଼ିଛି । ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥାର  ପ୍ରଭାବ ଦେଖିବାକୁ ମିଳିଛି। ଦେଶରେ ମୁଦ୍ରାସ୍ଫୀତି କମ୍ ରହିଥିବା ନେଇ ମୋଦି ସରକାର ଯେଉଁ ବାହାଦୁରୀ ମାରୁଛନ୍ତି ତାହା ଦେଶର କୃଷକମାନଙ୍କର ଆୟ ହ୍ରାସର ସୂଚନା ବୋଲି ସେ କହିଛନ୍ତି। ତେଣୁ ସରକାର ରାଜନୈତିକ ଏଜେଣ୍ଡା ଛାଡ଼ି ଦେଶର ଅର୍ଥନୀତି ଉପରେ ଚିନ୍ତା କରିବା ଲାଗି ସେ ଦୃଢ଼ ଦାବି କରିଛନ୍ତି।