ଶଙ୍ଖ ଫୁଙ୍କିବେ କି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥିବୀ ବଲ୍ଲଭ ! ପଢନ୍ତୁ ୫ ଚର୍ଚ୍ଚା

ଭୁବନେଶ୍ୱର : ଓଡ଼ିଶା ରାଜନୀତିର ପ୍ରବୀଣ ନେତା,ଚାଣକ୍ୟ ଭାବେ ଜଣାଶୁଣା ପୂର୍ବତନ ମୁଖ୍ୟମନ୍ତ୍ରୀ, ତଥା ରାଜ୍ୟପାଳ ସ୍ୱଗର୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ରାଜନୀତି ମଇଦାନକୁ ଓହ୍ଲାଇବେ । ଏନେଇ ନିଜେ ପୃଥିବୀ ବଲ୍ଲଭ ପଟ୍ଟନାୟକ ଗଣାମଧ୍ୟମରେ ସମ୍ମୁଖରେ ସୂଚନା ଦେଇଛନ୍ତି । ସିଧାସଳଖ ପୃଥିବୀ ବଲ୍ଲଭ ରାଜନୀତିରେ ଯୋଗଦେବେ ବୋଲି କହି ନ ଥିଲେ ମଧ୍ୟ ଏ ବିକଳ୍ପ ତାଙ୍କ ନିକଟରେ ରହିଥିବା କହିଛନ୍ତି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ସେ ନିର୍ବାଚନ ଲଢ଼ନ୍ତି ତେବେ ବୋଲଗଡ-଼ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ହିଁ ପ୍ରାର୍ଥୀ ହେବେ । ତେବେ ପୃଥ୍ୱୀ କେଉଁ ଦଳରୁ ନିର୍ବାଚନ ଲଢ଼ିବେ ସେ ନେଇ ସ୍ପଷ୍ଟ କରିନାହାନ୍ତି । କଂଗ୍ରେସରେ ଯୋଗଦେବା ନେଇ ତାଙ୍କୁ ପ୍ରଶ୍ନ ପଚରାଯାଇଥିବା ବେଳେ ସେ ନେଇ ତାଙ୍କୁ କୌଣସି ପ୍ରସ୍ତାବ ମିଳି ନ ଥିବା ପୃଥ୍ୱୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପିସିସି ସଭାପତି ତଥା ଜାନକୀଙ୍କ ପରିବାର ସଦସ୍ୟଭାବେ ପରିଚିତ ନିରଞ୍ଜନ ପଟ୍ଟନାୟକଙ୍କୁ ଏନେଇ ପଚାରିବାରୁ ତାଙ୍କ ପାଖରେ କିଛି ଖବର ନ ଥିବା କହିଛନ୍ତି । ପୃଥୀ ତାଙ୍କୁ ପୂର୍ବରୁ କେବେ ରାଜନୀତିରେ ଯୋଗଦେବେ ବୋଲି କହି ନାହାନ୍ତି ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି ।

ତେବେ ପୃଥିବୀ ବଲ୍ଲଭଙ୍କ ଏହି ସୂଚନାକୁ ନେଇ ଅନେକ ଚର୍ଚା ଏବେ ରାଜ୍ୟ ରାଜନୀତିରେ ଶୁଣିବାକୁ ମିଳୁଛି । କୁହାଯାୁଛି କଂଗ୍ରେସ ଯଦି ତାଙ୍କୁ ଦଳରୁ ଲଢିବାକୁ କହି ନାହିଁ ବା ସେ କଥା ହୋଇ ନାହାନ୍ତି ତେବେ ସେ ବୋଧ ହୁଏ ବିଜେଡିରୁ ଲଢିବେ ବୋଲି ପ୍ରସ୍ତାବ ପାଇ ସାରିଥିବେ । ସେଥିଲାଗି ସେ ଏପରି ଖୋଲା ଖୋଲା ଖୋଲି ମତ ରଖୁଛନ୍ତି । ଏମିତି ବି ସେ ବିଜେଡିରୁ ଲଢି ପାରନ୍ତି ବୋଲି ଆକଳନ କରିବା ପଛରେ ୫ ଚର୍ଚ୍ଚା ସବୁଠୁ ଅଧିକ ଶୁଣାଯାଉଛି ।

ଚର୍ଚ୍ଚା ନମ୍ବର ୧: ସ୍ୱଗର୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ ହେୁଛନ୍ତି ସୈମ୍ୟରଞ୍ଜନ ପଟ୍ଟନାୟକ । ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କ ସେ ଭିଣୋଇ । ସୈମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ମିଶି ରାଜ୍ୟ ସଭା ସାସଂଦ ହେବା ପରେ ଦଳରେ ତାଙ୍କର ଯଥଷ୍ଟେ କ୍ଷମତା ରହିଛି । ତେଣୁ ସେ ହିଁ ପୃର୍ଥୀଙ୍କୁ ବିଜେଡି ଆଡେ ମୁହାଁଇବାକୁ ପରାମର୍ଶ୍ୟ ଦେଇ ଥାଇ ପାରନ୍ତି ଓ ବିଜେଡି ଓ ପୃର୍ଥୀଙ୍କ ଭିତରେ ମଧ୍ୟସ୍ତତା କରି ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏମିତି ସୈମ୍ୟଙ୍କର କାଳେ ବିଜେଡି କ୍ଷମତା କେନ୍ଦ୍ର ସହ ଭଲ ସଂପର୍କ । ତେଣୁ ପୃର୍ଥୀ ନିଜ ଭିଣୋଇଙ୍କ ମାଧ୍ୟମରେ ବିଜେଡିରୁ ଗ୍ରୀନ ସିଗନାଲ ପାଇବା ପରେ ହିଁ ଏପରି ସୂଚନା ଦେଇଥାଇ ପାରନ୍ତି ।

ଚର୍ଚ୍ଚା ନମ୍ବର ୨: ବେଗନିଆ ବୋଲଗଡ ସହ ସୈମ୍ୟ ବାବୁ ହୁଅନ୍ତୁ କି ପୃଥିବୀ ବଲ୍ଲଭ, ଏମାନଙ୍କର ଭାବଗତ ସଂପର୍କ ୍ଅଛି । ଶୁଣାଯାଏ ବିଜେଡିରେ ମିଶିବାବେଳେ ସୈମ୍ୟ ବାବୁ କାଳେ ସର୍ତ୍ତ ରଖିଥିଲେ ଦୁଇଟି ବିଧାୟକ ଟିକେଟ ନେବାକୁ । ଏହା ଯଦି ସତ ହୋଇଥାଏ ତେବେ ବେଗୁନିଆ- ବୋଲଗଡ ଓ ଖଣ୍ଡପଡା ଉପରେ ହିଁ ତାଙ୍କ ନଜର ଥିବା କୁହାଯାଏ । ଯଦି ଏହି ଚର୍ଚ୍ଚା ସତ ତେବେ ସେ ନିଜ ଝିଅକୁ ଖଣ୍ଡପଡା ଓ ଶାଳକଙ୍କୁ ବୋଲଗୋଡ ବେଗୁନିଆରୁ ଟିକେଟ ଲାଗି ଲବି କରୁଥାଇ ପାରନ୍ତି । ଓ ସେଇ ଦାବିର ଏହା ଏକ ଅଂଶ ହୋଇପାରେ ।

ଚର୍ଚ୍ଚା ନମ୍ବର ୩ : ବୋଲଗୋଡ- ବେଗୁନିଆ ବିଧାନସଭା ଆସନ ଏବେ ବିଜେଡି ହାତରେ ରହିଛି ସତ । ହେଲେ ଏଠି ଦଳୀୟ ବିଧାୟକଙ୍କୁ ନେଇ ଭୋଟରଙ୍କ ଭିତରେ ଅସନ୍ତୋଷ ଅଛି । ବାହୁବଳୀ ବିଧାୟକ ବୋଲି ଚର୍ଚ୍ଚା ହେଉଥିବା ବିଧାୟକ ଗଣେଷ ଜଗଦେବ ବିଭିନ୍ନ ଘଟଣାକୁ ନେଇ ବିବାଦ ଭିତରେ ଫସିଛନ୍ତି । ଶୁଣାଯାଉଛି ଦଳ ସେଠାରେ ପ୍ରାର୍ଥୀ ପରିବର୍ତ୍ତନ କଲେ ଜିତିବା କଷ୍ଟକର ହେବ । ଏମିତି ବି ସେଠି ଏବେ ବିଜେପି ସଂଗଠନ ବଢିବା ନେଇ କୁଆଡେ ଗୁଇନ୍ଦା ସୂଚନା ରହିଛି । ଆଉ ଯଦି ପ୍ରାତ୍ଥୀ ବରିବର୍ତ୍ତନ କରାଯାଏ ତେବେ ବର୍ତ୍ତମାନର ବିଧାୟକ ବି ଦଳ ବିରୋଧରେ ଯାଇ ପାରନ୍ତି । ତେଣୁ ଏସବୁକୁ ଦେଖି ସ୍ୱଗର୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାଥ୍ତୀ କରାଯାଏ ତେବେ ଦଳୀୟ ଭୋଟ ଓ ଜାନକୀଙ୍କ ପୁଅ ଭାବେ ଅନୁକମ୍ପା ଭୋଟ ପାଇ ପୃର୍ଥୀ ବଲ୍ଲଭ ଯିତିଯିବେ ଓ ବିଜେଡିକୁ ସହଜ ହେବ ବୋଲି କୁଆଡେ ସୈମ୍ୟବାବୁ ଅଙ୍କ କଷି ଦଳକୁ ବୁଝାଇଛନ୍ତି । ଆଉ ସେଥିଲାଗି ଏବେ ସୈମ୍ୟଙ୍କ ଶାଳକ ପୃଥିବୀ ବଲ୍ଲଭ ଏପରି ସୂଚନା ମିଡିଆକୁ ଛାଡିଥାଇ ପାରନ୍ତି ବୋଲି କୁହାଯାଉଛି ।

ଚର୍ଚ୍ଚା ନମ୍ବର ୪: ପୃଥିବୀ ବଲ୍ଲଭ ରାଜନୈତିକ ପରିବାରର ଦାୟଦ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ପରିବାରର ସଦସ୍ୟ । ଯଦି ସେ କଂଗ୍ରେସରୁ ଲଢିବାକୁ ଚାହିଁ ଥାନ୍ତେ ତେବେ ସେ ପ୍ରଥମେ ନିରଞ୍ଜନଙ୍କ ସହ ଆଲୋଚନା କରିପାରିଥାନ୍ତେ ଓ ସିଧା ସଳଖ ସେ କଂଗ୍ରେସରୁ ବେଗୁନିଆ – ବୋଲଗଡରୁ ଲଢିବେ ବୋଲି ବି ସୂଚନା ଦେଇ ପାରିଥାନ୍ତେ । ଏମିତିବି ପିସିସି ସଭାପତିଙ୍କୁ କହିବା ତାଙ୍କ ପାଇଁ ବଡ କଥା ନୁହେଁ କି ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ଭାବ୍ସେ ଚାହିଁଲେ ତାଙ୍କୁ କଂଗ୍ରେସରୁ ଟିକେଟ ମିଳିବା କିଛି କଷ୍ଟକର ହେବ ନାହିଁ । ଏସବ ସତ୍ୱେ ସେ କଂଗ୍ରେସ ତାଙ୍କୁ ପ୍ରସ୍ତାବ ଦେଇ ନଥିବା କହିବା ଫଚରେ ବିଜେଡି ବୋଲି କାରଣ ହୋଇପାରେ । ତେଣୁ ଏହା ହିଁ ସୂଚାଉଛିଯେ ସେ କଂଗ୍ରେସ ନୁହେଁ ବିଜେଡିରୁ ଲଢିବାକୁ ଆଗ୍ରହୀ ବୋଲି ଚର୍ଚ୍ଚା ।

ଚର୍ଚ୍ଚା ନମ୍ବର ୫: ଏମିତି ବି ଶୁଣିବାକୁ ମିଳୁଛି ଏସବୁ ଚର୍ଚ୍ଚା ପଛରେ କୁଆଡେ ସାଂସଦ ସୈମ୍ୟ ପଟ୍ଟନାୟକଙ୍କ ଚାଲ ରହିଛି । ନିଜ ଝିଅକୁ ନିଜ ପୁରୁଣା ବିଧାନସଭାକ୍ଷେତ୍ର ଓ ଶାଳକଙ୍କୁ ବୋଲଗଡ- ବେଗୁନିଆ ବିଧାନସଭା କ୍ଷତ୍ରେରୁ ଟିିକେଟ କରାଇବା ଲାଗି ଏହା ତାଙ୍କ ଏକ ସୁ ଚିନ୍ତିତ ଯୋଜନା ବୋଲି ଚର୍ଚ୍ଚା । ଯ÷ାହା ଏବେ ରାଜନୀତିରେ ଚର୍ଚ୍ଚା   ।

ସେପଟେ ବଞ୍ଚିଥିବା ସମୟରେ ଜାନକୀ ତାଙ୍କ ପୁଅକୁ ରାଜନୀତିକୁ ଆଣି ନ ଥିଲେ । ତେବେ ଜାନକୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପୃଥିବୀ ବଲ୍ଲଭ ପିତାଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ସମୟରେ ଏସମସ୍ତ କଳ୍ପନାଜଳ୍ପନା ଉପରେ ବିରାମ ଲଗାଇଥିଲେ ପୃଥ୍ୱୀ । ଠିକ୍ ସମୟରେ ସେ ନେଇ ଗଣମାଧ୍ୟମକୁ ଜଣାଇବେ ବୋଲି କହିଥିଲେ । ତେବେ ନିର୍ବାଚନକୁ ଆଉମାତ୍ର ମାସ କେଇଟା ଥିବା ବେଳେ ପୃଥ୍ୱୀ ପରୋକ୍ଷରେ ରାଜନୀତିରେ ଯୋଗଦେବା ଏବଂ ଯଦି ନିର୍ବାଚନ ଲଢ଼ନ୍ତି ତେବେ ବେଗୁନିଆ-ବୋଲଗଡ଼ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହେବା ନେଇ ମତ ଦେବା ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନାକୁ ଜୋର କରିଛି ।