ପଦ୍ମ ଧରିଲେ ବୈଜୟନ୍ତ ପଣ୍ଡା,ଦିଲ୍ଲୀରେ ବିଜେପିରେ ମିଶିଲେ

ନୂଆଦିଲ୍ଲୀ : ଶେଷରେ ପଦ୍ମ ପୋଖରୀକୁ ଲମ୍ଫ ଦେଲେ ବୈଜୟନ୍ତ ପଣ୍ଡା । ଦିଲ୍ଲିରେ ବିଜେପି  କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍ରାକ ସହ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ପରେ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି । ବିଜେଡିରୁ ଇସ୍ତଫା ଦେବାପରେ ଜୟ ପଣ୍ଡା କେଉଁ ଦଳକୁ ଯିବେ ନା ନୂଆଦଳ ଗଠନରେ ପ୍ରମୁଖ ଭୁମିକା ନିଭାଇବେ ତାକୁ ନେଇ ଅନେକ ଦିନ ଧରି ଚର୍ଚା ଚାଲିଥିଲା । ଏପରିକି ସେ କେତେବେଳେ ବିଜେପିରେ ମିଶୁଛନ୍ତି ତ ଆଉକେତେବେଳେ କଂଗ୍ରେସରେ ମିଶୁଛନ୍ତି ତାକୁନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ଆସୁଥିଲା । ବିଜେଡି – ବିଜେପି ଭିତରେ ଚାଲିଥିବା ଛକା ପଞ୍ଛା କୁ ପ୍ଲାଷ୍ଟିକ ବନ୍ଧୁକରୁ ଫାୟାରିଙ୍ଗ ଚାଲିଛି ବୋଲି କିଛିଦିନ ତଳେ ଟୁଇଟ କରିଥିବା ଜୟ ଏବେ ମୋଦିଙ୍କ ନେତୃତ୍ବକୁ ଗ୍ରହଣ କରିଛନ୍ତି ।

ବୈଜୟନ୍ତଙ୍କ ବିଜେପିରେ ମିଶ୍ରଣ ପରେ କିଛି ନୂଆ ସମୀକରଣ ସାମ୍ନାକୁ ଆସିବ ବୋଲି ଆଲୋଚନା ହେଉଛି । କୁହାାଉଛି ବୈଜୟନ୍ତ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ବିଜେପି ଆଡକୁ ଟାଣିବେ । ଯେହେତୁ ବିଜେଡିରେ ଥିବାବେଳେ ଅନେକ ବିଧାୟକ ଓ ସାଂସଦ ବୈଜୟନ୍ତଙ୍କ ସହ ଲିଙ୍କରେ ଥିଲେ ସେମାନଙ୍କୁ ବିଜେପି ମୁହାଁ କରିବା ଜୟ ପଣ୍ଡାଙ୍କ ଦାଇତ୍ବ ରହିଛି । ଏହା ସହିତ ରାଜ୍ୟ ସରକାରଙ୍କୁ କିଭଳି ଘେରାଯିବ ସେ ରଣନୀତିର ବି ଅଙ୍ଗ ହେବେ । ତେବେ ବୈଜୟନ୍ତଙ୍କ ବିଜେପିରେ ଯୋଗଦାନକୁ ବିଜେଡି ଓ କଂଗ୍ରେସ ଗୁରୁତ୍ବ ଦେଇ ନାହାଁନ୍ତି ।