ବୈଜୟନ୍ତଙ୍କ ଓଡିଶାକୁ ପାକିସ୍ତାନ ସହ ତୁଳନା ମନ୍ତବ୍ୟକୁ ବିରୋଧ, ପ୍ରତିବାଦରେ କୁଶପୁତ୍ତଳିକା ଦାହ

ଝାରସୁଗୁଡା :  ଓଡିଶାକୁ ପାକିସ୍ତାନ ସହ ତୁଳନା କରି ବୈଜୟନ୍ତ ପଣ୍ଡା ଜାତୀୟ ଗଣମାଧ୍ୟମରେ ବୟାନ ଦେବା ପ୍ରତିବାଦରେ ଝାରସୁଗୁଡାରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଷ୍ଟେସନ ଛକ ନିକଟରେ ସଂଙ୍ଗିନୀ, ଏଇତ ଜୀବନ ବିଶ୍ବ ଭଳି ମହିଳା ସଂଗଠନ ସହ ହେଲ୍ପିଂ ହ୍ୟାଣ୍ଡ, ବୃନ୍ଦାବନ କଲୋନୀ ସେବା ସମିତି, ସାଇ ସେବା ସମିତି ପକ୍ଷରୁ ମିଳିତ ଭାବେ ବୈଜୟନ୍ତଙ୍କ ମନ୍ତବ୍ୟର ତୀବ୍ର ବିରୋଧ କରାଯାଇଥିଲା । ତୁରନ୍ତ ଏହି ମାମଲାରେ ବୈଜୟନ୍ତ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇ ସେ ରାଜ୍ୟରୁ ବାରମ୍ବାର ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହେଉଥିବା ବେଳେ ତାଙ୍କର ଏଭଳି ବୟାନକୁ ସାଧାରଣ ଲୋକେ ଗ୍ରହଣ କରିପାରି ନଥିଲେ । ଫଳରେ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରିଥିଲେ ସାମାଜିକ ସଂଗଠନର କର୍ମକର୍ତ୍ତା ।

ex mp jay panda effigy burnt in jharsuguda