ଦାମଙ୍କ ନୂଆ ଦଳ ନାଁ ହେବ ବିଜୁ କ୍ରାନ୍ତି ଦଳ ( ବିକେଡି) କଂଗ୍ରେସ ସହ କରିବେ ମେଣ୍ଟ !

ଭୁବନେଶ୍ୱର : ନୂଆ ଦଳ ଗଢିବେ ବିଜେଡିରୁ ବହିଷ୍କୃତ ବିଧାୟକ ଦାମଦୋର ରାଉତ । ଏନେଇ ଖୋଦ ଦାମ ବାବୁ ନିଜେ ସୂଚନା ଦେଇଛନ୍ତି । ଅକ୍ଟୋବର ସୁଦ୍ଧା ଦଳ ଗଢାଯିବ । ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କ ନାଁରେ ଦଳ ହେବ ବୋଲି ସୂଚନା ଦେିଛନ୍ତି ଦାମ ବାବୁ । ବିଜେଡିରୁ ବହିଷ୍କୃତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ରାମକୃଷ୍ଣ ପଟ୍ଟନାୟକ, ଶରତ କର,ପଞ୍ଚାନନ କାନୁନଗୋ, ଜଗ୍ୟଂଶ୍ୱର ବାବୁ, ସୁରେନ୍ଦ୍ର ନାୟକଙ୍କ ଭଳି ନେତାଙ୍କୁ ଏଥିରେ ସାମିଲ କରାଯିବ। ତେବେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ ସେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଉତ୍ତର ରଖିନାହାନ୍ତି ବୋଲି ସେ କହିଥିଲେ।

ତେବେ ଆମକୁ ମିଳିଥିବା ସୂଚନା ଅନୁସାରେ ଦାମଙ୍କ ନୂଆ ଦଳର ନାଁ ହେବ ବିକେଡି । ବୁଜୁ କ୍ରାନ୍ତି ଦଳ ନାଁରେ ଏହି ନୂଆ ଦଳ ଗଢାଯିବା ଲାଗି ସବୁଯୋଜନା ଚାଲିଛି । ଆସନ୍ତା ସାଧାରଣ ନିର୍ବାଚନରେ ଏହି ଦଳ ବିଜେଡିକୁ ଟକ୍କର ଦେବ ଖାସ ଖରି ବିଜେଡି ଭୋଟ ହାର କମାଇବା ଲାଗି କାମ କରିବ ବୋଲି କୁହାଯାୁଛି । ଏମିତିକି ଏହି ଦଳ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢିବ ବୋଲି ସୂଚନା ମିଳିଛି । ତେବେ ମେଣ୍ଟ ନେଇ କିଛି ଚୁଡାନ୍ତ ନିଷ୍ପତ୍ତି ହୋଇନି ବୋଲି କୁହାଯାଉଛି ।
ଆଉ ଏକ ସୂଚନା ଅନୁସାରେ ଦାମ ବାବୁ ସାରା ଓଡିଶା ବୁଲି ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରିବେ ସେଥିଲାଗି ପ୍ରସ୍ତୁ ହେୁଛନ୍ତି । ଅନ୍ୟ କିଛି ନେତା ବି ତାଙ୍କୁ ପାଣ୍ଠି ଯୋଗାଇଥିବା ଆଲୋଚନା ହେଉଛି । ଏଥିପାଇଁ ଏକ ରଥ ( କାରା ଭ୍ୟାନ ତିଆରି ଚାଲିଛି ବୋଲି ସୂଚନା ମିଳିଛି । )
ତେବେ ବାସ୍ତବିକ ରାଜନୈତିକ ଦୃଶ୍ୟପଟ୍ଟ କୁଆଡେ ଯାଉଛି ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।