୪ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବଢିଲା ତିତ୍ ଲି ମୃତକଙ୍କ ପାଇଁ ଅନୁକମ୍ପା ସହାୟତା ରାଶି

ଭୁବନେଶ୍ବର  :  ତିତଲି ପ୍ରଭାବରେ ଛାରଖାର ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତରେ ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ପୂର୍ବରୁ ସରକାର ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ । ପାଖାପାଖି ୧୨ଟାରେ ହେଲିକପ୍ଟରେ ଗଙ୍ଗାବାଡ଼ି ପଞ୍ଚାୟତର ଚମ୍ପାପୁରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଚମ୍ପାପୁର ସ୍କୁଲରେ ଆଶ୍ରୟ ନେଇଥିବା ବାରଘର ଗାଁ ବିପନ୍ନଙ୍କୁ ଭେଟି ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।

ପାହାଡ଼ ଧସି ବାରଘର ଗାଁର ୧୮ ଜଣଙ୍କ ମୃତ୍ୟୁ ହେବା ସହ ଗାଁଟି ସଂପୂର୍ଣ୍ଣ ଧୂଂସ ସ୍ତୁପ ପାଲଟି ଯାଇଛି ।  ଏହି ଗାଁ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପାହାଡ଼ ଉପରେ ଅବସ୍ଥିତ ବାରଘର ଗାଁର ୭୬  ପରିବାରକୁ ପାହାଡ ତଳେ ଥଇଥାନ କଥା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେବଳ ଘୋଷଣା କରିନାହାନ୍ତି ଏଥିପାଇଁ ସରକାର ଜାଗ ଯୋଗଇ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ପଟ୍ଟା ବାଣ୍ଟିଛନ୍ତି । ସବୁ ପରିବାରକୁ ୪ ଡେସିମିଲ୍ ଜାଗା ସହ ବିଜୁ ପକ୍କାଘର ଯୋଜନାରେ ଘର ଯୋଗାଇ ଦିଆଯିବ । ବାତ୍ୟାରେ ଘରର ମୁଖିଆଙ୍କୁ ହରାଇଥିବା ଶିଶୁଙ୍କୁ ସରକାର ପୋଷ୍ୟ ଭାବେ ଗ୍ରହଣ କରି ସବୁ ଦାୟିତ୍ଵ ନେବେ । ବାରଘର ଗାଁ ଲୋକ ପାହାଡ ତଳେ ଥଇଥାନ ପାଇଁ ଦାବି କରୁଥିବା ବେଳେ ଆଜି ରାଜ୍ୟ ସରକାର ତାଙ୍କ ଦାବି ପୂରଣ କରିଛନ୍ତି । ସେଠାରୁ ମୁଖ୍ୟମନ୍ତ୍ରୀ ଭଞ୍ଜନଗର ଗସ୍ତ କରିଛନ୍ତି । ଭିଡିଓ କନଫରେନିସଂ ଜିରିଆରେ ମୁଖ୍ୟମନ୍ତ୍ରୀ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସହ କରିଛନ୍ତି ଆଲୋଚନା