ଡେପୁଟୀ NSA ଭାବେ ନିଯୁକ୍ତ ହେଲେ ମହାରାଷ୍ଟ୍ରର ପୂର୍ବତନ ଡିଜିପି ଦତ୍ତା ପଡସଲଗିକର

ନୂଆଦିଲ୍ଲୀ:କେନ୍ଦ୍ର ସରକାର ସୁରକ୍ଷା ସହିତ ଜଡିତ ଏକ ବଡ ପଦବୀ ଉପରେ ନିଯୁକ୍ତି ପ୍ରଦାନ କରିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ଡିଜିପି ଏବଂ ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ଦତ୍ତା ପଡସଲଗିକରଙ୍କୁ ଡିପୁଟୀ ଏନଏସଏ (ଅଭ୍ୟନ୍ତରୀଣ ସୁରକ୍ଷା) ନିଯୁକ୍ତ କରିଛନ୍ତି । ଦତ୍ତାଙ୍କ ଛବି ଜଣେ ସ୍ୱଚ୍ଛ ପୁଲିସ ଅଫିସର ଭାବେ ରହିଛି । 

ଉଲ୍ଲେଖଯୋଗ୍ୟ ଯେ, ପଡସଲଗିକର ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକୁ ଦକ୍ଷତାର ସହ ସମ୍ପାଦନ କରିଛନ୍ତି । ଦତ୍ତା ପଡସଲଗିକର ମୁମ୍ୱାଇ ଆତଙ୍କୀ ଆକ୍ରମଣ ସହିତ ଅନେକ ହାଇ ପ୍ରୋଫାଇଲ ମାମଲା ସହ ଜଡିତ ତଦନ୍ତରେ ସାମିଲ ରହିଥିଲେ । ଏହାଛଡା ସେ ଏନଟିଏସ, ର’ ଏବଂ ଆଇବିରେ ମଧ୍ୟ ସେବା ପ୍ରଦାନ କରି ସାରିଛନ୍ତି । ଦତ୍ତା ପସଲଗିକର ୧୯୮୨ ବ୍ୟାଚର ଆଇପିଏସ ଅଫିସର । ୨୬/୧୧ ଆତଙ୍କୀ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ ପ୍ରମାଣ ଏକାଠି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ବର୍ତ୍ତମାନ ଅଜିତ ଡୋଭାଲ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାରେ କାର୍ଯ୍ୟରତ ଅଛନ୍ତି । କୁହାଯାଉଛି ଯେ ଅଜିତ ଡଭୋଲଙ୍କ ଉପରେ ପଡସଲଗିକରଙ୍କୁ ଏହି ଦାୟିତ୍ୱ ମିଳିପାରେ ।