ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା ଅସୁସ୍ଥ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା ଅସୁସ୍ଥ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି। ସେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ନେଇ ଡାକ୍ତର ପ୍ରକାଶ କରିଥିବା ବେଳେ ଭୁବନେଶ୍ବର ଆପୋଲ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଚଳିତ ନିର୍ବାଚନରେ ଦଳ ପକ୍ଷରୁ ଶ୍ରୀ ଦୋରାଙ୍କୁ ପ୍ରଚାର ଦାୟିତ୍ବ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସେ କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରଚାର କରିଥିଲେ। ଏହାପରେ କେନ୍ଦୁଝର ଜିଲ୍ଲାକୁ ପ୍ରଚାର ପାଇଁ ଯାଇଥିଲେ। ତେବେ ପ୍ରଚାର ସମୟରେ ହଠାତ୍ ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତି କରାଯାଇଥିଲା। ଚିକିତ୍ସା ଜାରି ରହିଥିବା ବେଳେ ସୁସ୍ଥ ହେବାକୁ ଆହୁରି କେତେଦିନ ଲାଗିବ ସେନେଇ କିଛି ସୂଚନା ମିଳିଛି। ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଂପାଦକ ମାନସ ମହାନ୍ତି ପ୍ରମୁଖ ତାଙ୍କ ଆରୋଗ୍ୟ କମନା କରିଛନ୍ତି।