୪ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଇତା ଲାଗି ସେବା ଅନୁଷ୍ଠିତ ହେବ। ଏହା ଅତ୍ୟନ୍ତ ଗୁପ୍ତ ସେବା। ଦଇତାପତିମାନେ ସମୂହ ଭାବେ ଆସି ମହାପ୍ରଭୁଙ୍କ ଏହି ସେବା କରିଥା’ନ୍ତି।

ଏଥିପାଇଁ ଆଜି ମହାପ୍ରଭୁଙ୍କ ଦର୍ଶନ ୪ଘଣ୍ଟା ବନ୍ଦ ରହିବ। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ତେବେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିପାରିବେ।