ଜୁଲାଇ ୬ ସୁଦ୍ଧା ଦିଲ୍ଲୀର ପ୍ରତି ଘର ହେବ ସ୍କ୍ରିନିଂ

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତର ରାଜଧାନୀ ଦିଲ୍ଲୀରେ ମାଡି ଚାଲିଥିବା କରୋନା ବ୍ୟାପକ ହେଉଛି । ତେବେ ମାରାତ୍ମକ ଭାବରେ ବ୍ୟାପୁଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଦେଶରେ ଏବେ ରାଜଧାନୀ ଦିଲ୍ଲୀ ଦୃତ ଗତିରେ ବ୍ୟାପୁଥିବା କରୋନା ଭାଇରସ ପାଇଁ ଦ୍ୱିତୀୟ ସର୍ବାଧିକ ସ୍ଥାନରେ ରହିଛି । କରୋନା ଭାଇରସର ଯାଞ୍ଚ ପାଇଁ ଜୁଲାଇ ୬ ସୁଦ୍ଧା ଦିଲ୍ଲୀର ପ୍ରତି ଘରକୁ ସ୍କ୍ରିନିଂ କରାଯିବ ବୋଲି ସୂଚନା ମିଳିଛି । ମଙ୍ଗଳବାର ଦିଲ୍ଲୀରେ ୩୯୪୭ଟି ନୂଆ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ଘର ଜୁନ୍ ୩୦ ତାରିଖ ସୁଦ୍ଧା ସ୍କ୍ରିନିଂ କରାଯିବ ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କୋଭିଡ ନେଇ ଆଲୋଚନା ପରେ ଏହି ନୂଆ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଥିବା କେଜ୍ରିଓାଲ ସରକାର ସୂଚନା ଦେଇଛନ୍ତି । ଦିଲ୍ଲୀରେ ସଂକ୍ରମିତ ହୋଇଥିବା ୬୬ ହଜାର କେସରେ ୨୬୧ଟି କଣ୍ଟେନମେଣ୍ଟ ଜୋନ ରହିଛି । ଯାହା କରୋନା ଭାଇରସରେ ଅତି ମାତ୍ରାରେ ସଂକ୍ରମିତ ହୋଇଛନ୍ତି । ଏହି ଜୋନରେ କଡା କଟକଣା ଆହୁରି ଲଗାଯିବ ବୋଲି ଦିଲ୍ଲୀ ସରକାର କହିଛନ୍ତି । ଦିଲ୍ଲୀରେ ଏବେ ପ୍ରତି ଦିନ ୨୫୦୦ଟି ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ସେମାନଙ୍କ ମଧ୍ୟରୁ ୭୫ଟି କରୋନା ଜନିତ ମୃତ୍ୟୁ ମାମଲା ରହିଛି । ତାହା ମଧ୍ୟରୁ ୪୫ ପ୍ରତିଶତ କେବଳ କଣ୍ଟେନମେଣ୍ଟ ଜୋନରୁ ଆସୁଛି । ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି ।