୩୭୦ ଉଚ୍ଛେଦ ପରେ ପ୍ରଥମ ଥର କାଶ୍ମୀର ଯିବେ ବିଦେଶୀ

ନୂଆଦିଲ୍ଲୀ:ଭାରତ ଗସ୍ତରେ ଆସିଥିବା ୟୁରୋପିୟନ ସାଂସଦଙ୍କ ପ୍ରତିନିଧି ମଣ୍ଡଳ ମଙ୍ଗଳବାର ଦିନ ଜମ୍ମୁ-କଶ୍ମୀର ଗସ୍ତ କରିବେ । ଏହା ପୂର୍ବରୁ ସୋମବାର ଦିନ ସାଂସଦମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଠକ କରିଛନ୍ତି । ସାଂସଦମାନଙ୍କୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ରହିଥିଲେ, ଆଶା କରୁଛି ଯେ ଆପଣମାନେ ଜମ୍ମୁ-କଶ୍ମୀର ସହିତ ଅନ୍ୟ ଅଞ୍ଚଳର ଗସ୍ତ କରିବା ଦ୍ୱାରା ଭାରତର ସାଂସ୍କୃତିକ ଏବଂ ଧାର୍ମିକ ବିବିଧତା ବିଷୟରେ ଜାଣି ପାରିବେ । ଏହାସହ ସେ ପୁଣି ଥରେ ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି ଯେ ଆମ ସମସ୍ତଙ୍କୁ ଆତଙ୍କବାଦ ବିରୋଧରେ ଏକଜୁଟ ହେବାର ଆବଶ୍ୟକତା ରହିଛି । 

ପିଏମ ମୋଦୀ ନିଜର, ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ସାଂସଦଙ୍କୁ ଭେଟି କହିଛନ୍ତି, ଆତଙ୍କବାଦ ବିରୋଧରେ ଲଢିବା ପାଇଁ ଅନ୍ତରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ରହିଛି । ଏପରି ଲୋକ ଏବଂ ଦେଶ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି, ଯେଉଁମାନେ ଆତଙ୍କବାଦକୁ ପ୍ରୟସ ଦେଉଛନ୍ତି । ଭାରତ ୟୁରୋପିୟନ ୟୁନିଅନ ସହ ନିଜର ସମ୍ପର୍କକୁ ଅଧିକ ଗୁରୁତ୍ୱ ଦେଉଛି । ଉଲ୍ଲେଖଯୋଗ୍ୟ ଯେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା କୌଣସି ବିଦେଶୀ ପ୍ରତିନିଧି ମଣ୍ଡଳର ପ୍ରଥମ କଶ୍ମୀର ଗସ୍ତ ହେବ ।

କୁହାଯାଉଛି ଯେ ଏହି ପ୍ରତିନିଧି ମଣ୍ଡଳରେ ୨୮ ଜଣ ସଦସ୍ୟ ଅଛନ୍ତି । କେନ୍ଦ୍ର ସରକରାଙ୍କ ପକ୍ଷରୁ ଅଗଷ୍ଟ ୫ ତାରିଖରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ୟୁରୋପିୟନ ୟୁନିୟନ ଭାରତର ସମର୍ଥନ କରିଥିଲା । ୟୁରୋପିୟ ସଂଘ ଏକ ବୟାନ ଜାରି କରି ପାକିସ୍ତାନର ଦୃଷ୍ଟିକୋଣକୁ ଦେଖି କହିଥିଲା ଯେ କଶ୍ମୀର ଏକ ଦ୍ୱିପାକ୍ଷୀକ ମାମଲା । ସେ ସମୟରେ ୟୁରୋପିୟନ ସଂଘର ଅନେକ ସାଂସଦ ପାକିସ୍ତାର କଡା ସମାଲୋଚନା କରିଥିଲେ ।