ଇପିଏଫ୍ ସୁଧହାର ୦.୧୫% ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‌) ର ସୁଧହାର ୦.୧୫% ହ୍ରାସ ପାଇ ୮.୫% କରାଯାଇଛି । ପୂର୍ବରୁ ‘ଇପିଏଫ୍‌’ର ସୁଧ ହାର ଥିଲା ୮. ୬୫%। ଆଜି ଏ ନେଇ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଘୋଷଣା କରିଛନ୍ତି।

ସୁଧହାର ହ୍ରାସ ପାଇବାରୁ ଏବେ ବେତନ ପ୍ରାପ୍ତ କର୍ମଚାରୀମାନେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ୦. ୧୫% କମ୍‌ ସୁଧ ପାଇବେ। ସୁଧହାର ହ୍ରାସ ଆର୍ଥିକ ମାନ୍ଦାବସ୍ଥାର ସିଧାସଳଖ ପ୍ରଭାବ ହୋଇପାରେ ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।