ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ବିଭିନ୍ନ ରାଜ୍ୟର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି । କେନ୍ଦ୍ରଶାସିତ ଅଂଚଳ, ଉତର ପୂର୍ବ ରାଜ୍ୟ, ଉତରାଖଣ୍ଡ, ହିମାଚଳପ୍ରଦେଶ, ପଞ୍ଜାବ, ଝାରଖଣ୍ଡ, କେରଳ ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦି ଆଲୋଚନା କରିଛନ୍ତି ।

ଏଯାବତ ମୋଦି କରୋନା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ୬ ପର୍ଯ୍ୟାୟରେ କଥା ହୋଇଛନ୍ତି । ମାର୍ଚ୍ଚ ୨୦ରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ଏହି ଅବକାଶରେ ପ୍ରଧାନମନ୍ତ୍ରୀ କହିଛନ୍ତିଯେ, ଠିକ ସମୟରେ ନିଷ୍ପତି ନିଆଯାଇଥିବାରୁ କରୋନା ସଂକ୍ରମଣ ରୋକିବାରେ ଆମେ ସଫଳ ହୋଇପାରିଛୁ । ସେହିପରି ଅର୍ଥନୀତିରେ ବି ସୁଧାର ଆସିପାରିଛି । ଆମେ କରୋନାକୁ ଯେତେ ରୋକିବା, ଆମ ଅର୍ଥନୀତି ସେତେ ମୁକ୍ତ ହୋଇପାରିବ । ଅଫିସ, ବଜାର, ପରିବହନ ସବୁ ମୁକ୍ତ ହୋଇପାରିବ । ଯାହାଫଳରେ ଆମେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରିବା ବୋଲି ମୋଦି କହିଛନ୍ତି ।