ଇଞ୍ଜିନିୟର ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଇଞ୍ଜିନିୟର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଭାରତ ରତ୍ନ ଏମ.ବିଶ୍ୱେସ୍ୱରାୟାଙ୍କ ଜନ୍ମ ତିଥିକୁ ଭାରତରେ ଇଞ୍ଜିନିୟର ଦିବସ ରୂପେ ପାଳନ କରାଯାଉଥିବାରୁ ସେମାନେ ତାଙ୍କୁ ସ୍ମରଣ କରିଛନ୍ତି । ପ୍ରଧାନମନ୍ତ୍ରୀ...

ନୂଆଦିଲ୍ଲୀ: ଇଞ୍ଜିନିୟର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଭାରତ ରତ୍ନ ଏମ.ବିଶ୍ୱେସ୍ୱରାୟାଙ୍କ ଜନ୍ମ ତିଥିକୁ ଭାରତରେ ଇଞ୍ଜିନିୟର ଦିବସ ରୂପେ ପାଳନ କରାଯାଉଥିବାରୁ ସେମାନେ ତାଙ୍କୁ ସ୍ମରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ଲେଖିଛନ୍ତି, ‘ଇଞ୍ଜିନିୟରମାନେ ହେଉଛନ୍ତି ପରିଶ୍ରମ ଏବଂ ଦୃଢ଼ ସଂକଳ୍ପର ପ୍ରତୀକ । ସେମାନଙ୍କର ଅଭିନବ ଉତ୍ସାହ ବିନା ମାନବ ପ୍ରଗତି ଅଧୁରା । ସମସ୍ତ ଇଞ୍ଜିନିୟରଙ୍କୁ ଇଞ୍ଜିନିୟର ଦିବସରେ ଶୁଭକାମନା । ଅନୁକରଣୀୟ ଇଞ୍ଜିନିୟର ଭାରତ ରତ୍ନ ଏମ.ବିଶ୍ୱେସ୍ୱରାୟାଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି ।’

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭାରତ ରତ୍ନ ଏମ.ବିଶ୍ୱେସ୍ୱରାୟାଙ୍କୁ ମନେପକାଇ ଭାବୁକ ହୋଇପଡ଼ିଛନ୍ତି । ସେ ଟ୍ୱିଟ୍‌ କରି ଲେଖିଛନ୍ତି, ‘ ଜଣେ ଉଦାହରଣ ସୃଷ୍ଟିକାରୀ ଇଞ୍ଜିନିୟର ଏମ୍‌ ବିଶ୍ୱେସ୍ୱରାୟାଙ୍କୁ ତାଙ୍କର ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି ।  ମୁଁ ଆମର ପରିଶ୍ରମି ଇଞ୍ଜିନିୟରଙ୍କୁ ସଲାମ ଜଣାଉଛି । ଯାହାଙ୍କ ଅତ୍ୟାଧୁନିକ ଅନୁସନ୍ଧାନ ଏବଂ ନୂଆ ବିଚାର ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ବହୁ ଯୋଗଦାନ ଦେଇଛି ।

Spread the love
Categories
ଦେଶ-ବିଦେଶ

RELATED BY