ଗିରଫ ହେଲେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା

ମୁମ୍ବାଇ: ଆଜି ଗିରଫ ହେଲେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର । ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ରବିବାର ଭୋରରୁ ଦିବାନ ହାଇସିଂ ଫାଇନାନ୍ସ କର୍ପେରେଶନ ଲିମିଡେଡ (ଡିଏଏଫଏଲ) ସହିତ ଜଡ଼ିତ ମନି ଲଣ୍ଡ୍ରିଙ୍ଗ ଘଟଣାରେ ତାଙ୍କୁ ପଚରାଉଚରା ପରେ ଗିରଫ କରିଛି । ଗିରଫ ପୂର୍ବରୁ ଇଡିର ଅଧିକାରୀମାନେ ରାଣା କପୁରଙ୍କୁ ପାଖାପାଖି ୩୦ ଘଂଟା ଯାଏଁ ପଚରାଉଚରା କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।

ରାଣା କପୁରଙ୍କୁ ରବିବାର ପୂର୍ବାହ୍ନ ୧୧ଟାରେ କୋର୍ଟରେ ହାଜର କରାଯିବ । ଇଡି ଶନିବାର ୱାର୍ଲିରେ ରାଣା କପୂରଙ୍କ ସମୁଦ୍ର ମହଲରେ ନିଜର ତଦନ୍ତ ଜାରି ରଖିଥିଲା । ଇଡି ଏହି ପ୍ରସଙ୍ଗରେ ତଦନ୍ତ କରୁଛି ଯେ, ବ୍ୟାଙ୍କର ପ୍ରମୋଟର ରାଣା କପୁର ଏବଂ ତାଙ୍କର ୨ ଝିଅଙ୍କ ଡମି କମ୍ପାନୀ ଅର୍ବାନ  ଭେଂଚରକୁ ଦୁର୍ନୀତିକାରୀମାନେ ୬୦୦ କୋଟି ଟଙ୍କା ଦେଇଥିଲେ । 

ଦୁର୍ନୀତିରେ ସଂଶ୍ଲିଷ୍ଟ ଡିଏଚଏଫଏଲ ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ୪୪୫୦ କୋଟି ଟଙ୍କା ପାଇଁ ଏହି କମ୍ପାନୀକୁ ଟଙ୍କା ଦେଇଥିଲେ । ଏହାର ତଦନ୍ତ ଜାରି ରହିଛି । ଇଡି ଅଧିକାରୀ କହିଥିଲେ ଯେ, ୟେସ ବ୍ୟାଙ୍କ ଡିଏଚଏଫଏଲକୁ ୩୭୫୦ କୋଟି ଟଙ୍କା ଋଣ ଏବଂ ଡିଏଚଏଫଏଲ ଦ୍ୱାରା ନିୟନ୍ତ୍ରିତ ଫର୍ମ ଆରକେଡବ୍ଲ୍ୟୁ ଡଭଲପର୍ସକୁ ୭୫୦ କୋଟିର ଏକ ଋଣ କରିଥିଲା ।

ଅଧିକାରୀଙ୍କ କହିବା ଅନୁସାରେ ଯେତେବେଳେ ଏହି ଦୁଇ କମ୍ପାନୀ ଋଣ ପରିଷୋଧ କରିଥିଲେ, ସେହି ସମୟରେ ୟେସ ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । କପୁର ଏବଂ ତାଙ୍କର ୨ ଝିଅଙ୍କ ଉପରେ ମଧ୍ୟ ସନ୍ଦେହ ହେଉଛି । କୁହାଯାଉଛି ଯେ, ସେମାନେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ଡିଏଚଏଫଏଲରୁ ଟଙ୍କା ନେଇଥିଲେ ।