ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କ ହିଞ୍ଜିଳିକାଟୁ ପରିଦର୍ଶନ

ପାଞ୍ଚ ଟଙ୍କା ଦେଇ ଆହାର ଖାଇଲେ ସଚିବ

 ହିଞ୍ଜିଳିକାଟୁ : ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉନ୍ନତି ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ୫-ଟି । ସରକାରଙ୍କ ୫-ଟିକୁ ସମସ୍ତ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ ବୃଦ୍ଧି ପାଉଥିବା ଜଣାଯାଇଛି । ବୁଧବାର ହିଞ୍ଜିଳିକାଟୁ ବ୍ଲକ୍ ଗସ୍ତରେ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ପହଞ୍ôଚ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ଜନସାଧାରଣଙ୍କୁ ପଚାରି ବୁଝିଥିଲେ । ବ୍ଲକ୍ର ଗୋଦରାପଲ୍ଲୀ ଗ୍ରାମରେ ପହଞ୍ଚି ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାର ୪୦ ଜଣ ହିତାଧିକାରୀଙ୍କୁ ମାଗଣା ବିଦ୍ୟୁତ୍ ସଂଯୋଗ କରାଯାଇଥିବା ଦେଖିଥିଲେ । ସେଠାରୁ ସଂପୃକ୍ତ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ôଚ ବିଦ୍ୟାଳୟ କୋଠା ପରିଦର୍ଶନ କରିବା ସହ ଶିକ୍ଷାର୍ଥୀଙ୍କୁ ମାନା ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିଥିଲେ ଏବଂ ବିଦ୍ୟାଳୟ ପରିସରରେ ଚାଲିଥିବା ଅଙ୍ଗନବାଡ଼ି କେନ୍ଦ୍ର ବୁଲି ଦେଖିଥିଲେ । ପରେ କଞ୍ଚୁରୁ ଗ୍ରାମରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିର୍ମିତ ଆଦର୍ଶ ଗାଈ ଗୁହାଳ ଦେଖିଥିଲେ । ଶାସନ ଆମ୍ବଗାଁରେ ପ୍ରତ୍ୟେକ ୧ଲକ୍ଷ ୧୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ୨ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ୬ଟି ବିଜୁପକ୍କା ଘର ଯୋଜନାରେ ନିର୍ମିତ ଗୃହ ଓ ନିର୍ମାଣଧୀନ ସକ୍‍ପିଟ୍ ବୁଲି ଦେଖିଥିଲେ ।

ପୂର୍ବାହ୍ନରେ ପୌର ପରିଷଦରେ ଥିବା ଆହାର କେନ୍ଦ୍ରରେ ପହଞ୍ôଚ ଭୋଜନ କରିଥିଲେ । ଭୋଜନ ସାରି ପୌର ପରିଷଦରେ ଚାଲିଥିବା ଆଦର୍ଶ ପୋଖରୀ, ଇନ୍ଡୋର ଷ୍ଟାଡିୟମ, ନିର୍ମାଣାଧୀନ ବସ୍ ଟର୍ମିନାଲ୍, ନିର୍ମାଣାଧୀନ ୮୦ ଶଯ୍ୟା ବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ସଚିବଙ୍କ ଏହି ଗସ୍ତ ଅବସରରେ ଗଞ୍ଚାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ଶିକ୍ଷାଧିକାରୀ ଡା. ସନାତନ ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ଡିଆର୍ଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବିଡିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ପୌର ପରିଷଦର ନିର୍ବାହୀ ଅଧିକାରୀ ଡ. ମନୋରଂଜନ ସାହୁ, ବ୍ଲକ୍ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ବିଦ୍ୟୁତ୍ ବିଭାଗ ଏସ୍ଡିଓ ସତ୍ୟ ନାରାୟଣ ଦାଶ, ସହକାରୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟ ନାୟକ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ପୌରପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲୀପ କୁମାର ମିଶ୍ର, ବିଇଓ ବସନ୍ତ କୁମାର ପଣ୍ଡା, ଏବିଇଓ ବିଶ୍ୱନାଥ ମହାରଣା, ବ୍ଲକ୍ ବୈଷୟିକ ପରାମର୍ଶଦାତା ହର୍ଷମାଧବ କର ପ୍ରମୁଖ ଉପସ୍ଥିତ ଥିଲେ ।