ସମ୍‌ରେ ଅତ୍ୟାଧୁନିକ ଏଣ୍ଡୋସର୍ଜରୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶଲ୍ୟ ଚିକିତ୍ସା ବିଭାଗ ଅଧିନରେ ଅତ୍ୟାଧୁନିକ ଏଣ୍ଡୋସର୍ଜରୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ବିଭାଗରେ ତିନୋଟି ଏଣ୍ଡୋଟ୍ରେନର୍ ମେସିନ୍ ସହିତ ଓପନ୍ ସର୍ଜରୀ ନିମନ୍ତେ ୧୫ଟି ଅତ୍ୟାଧୁନିକ ଯନ୍ତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜରୀ ବିଭାଗର ପି.ଜି ଓ ଏମ୍‌ସି.ଏଚ୍‌, ଛାତ୍ରଛାତ୍ରୀମାନେ ସେମାନଙ୍କର ଶିକ୍ଷା ଗ୍ରହଣ ସମୟରେ ଅସ୍ତ୍ରୋପଚାର କୌଶଳକୁ କିଭଳି ଅଧିକ ଦକ୍ଷ କରିପାରିବେ ସେଥି ନିମନ୍ତେ ଏହି କେନ୍ଦ୍ର ଖୋଲାଯାଇଛି । ସର୍ଜରୀ ବିଭାଗର ବରିଷ୍ଠ ସର୍ଜନମାନେ ଉକ୍ତ ଯନ୍ତ୍ର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇପାରିବେ ।
ଶରୀରର ଉପୁଜୁଥିବା ବିଭିନ୍ନ ରୋଗ ଯେପରି ପିତକୋଷରେ ପଥର, ପିତନଳୀ ଓ ପାକସ୍ଥଳୀରେ ଉପୁଜୁଥିବା ଜଟିଳ ରୋଗ ଗୁଡ଼ିକର ଲାପେ୍‌୍ରାସ୍କୋପିକ୍ ପଦ୍ଧତିରେ ସଠିକ୍ ଓ ସରଳିକୃତ ଭାବେ ଅସ୍ତ୍ରୋପଚାର ହୋଇପାରିବ ସେ ନେଇ ଏହି ଯନ୍ତ୍ର ସର୍ଜରୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ମୁଖ୍ୟ ଭୂମିକା ଗ୍ରହଣ କରିବ ।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର, ମେଡିକାଲ୍ ସୁପରିଟେଣ୍ଡେନ୍‌ଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡ. ଜଗଦାନନ୍ଦ ମିଶ୍ର, ପ୍ରଫେସର ଡ. ପି.କେ. ସାହୁ, ପ୍ରଫେସର ଡ. ଦେବାଶିଷ ସାମଲ୍‌. ପ୍ରଫେସର ଡ. ରଶ୍ମିରଞ୍ଜନ୍ ସାହୁ, ବାୟୋମେଡିକାଲ୍ ବିଭାଗ ପକ୍ଷରୁ ପ୍ରେମନାଥ ତାଣ୍ଡି, ମନୋରମା ପରିଡା, ସୋଆର ସୁପରିଟେଣ୍ଡିଂ ଇଞ୍ଜିନିୟର ଇଂ ଚିତରଞ୍ଜନ୍ ମାନ୍ଧତା, ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ ଡ. ଏଲ୍‌. ରଥ ଓ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ଇଂ ପ୍ରହଲ୍ଲାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Endosurgery center in sum hospital bhubaneswar odisha