ଭଞ୍ଜନଗର: ଶୁକ୍ରବାର ଭୋରରୁ ଗଂଜାମ ପୋଲିସର ଏନ୍କାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧର ଅହମ୍ମଦ ଇମ୍ରାନ ଆହତ ହୋଇଛି । ଇମ୍ରାନର ବାମ ଗୋଡ ଆଣ୍ଠୁରେ ଗୁଳି ବାଜିଛି । ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଖବର ମିଳିଥିବା ଅନୁଯାୟୀ, ଭଞ୍ଜନଗର-ଫୁଲବାଣୀ ରାସ୍ତାର ସୋରାଦେବୀ ମନ୍ଦିର ଓ ଗୋଣ୍ଡିଶୋଳା ନିକଟରେ ଏହି ଏନ୍କାଉଂଟର ହୋଇଛି । ଏନ୍କାଉଂଟରରେ ପୋଲିସ ଉପରେ ମଧ୍ୟ ଗୁଳି ବାଜିଛି । ଘଟଣାସ୍ଥଳରୁ ଗୁଳି ସହ ବାଇକ ଓ ପିସ୍ତଲ ଜବତ କରିଛି ପୋଲିସ । ପୂର୍ବରୁ ଇମ୍ରାନ ନାମରେ ଅନେକ ସଙ୍ଗୀନ ମାମଲା ରହିଛି । ଏଥିସହ ଗତ ୭ ତାରିଖରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଇମ୍ରାନ୍ଙ୍କ ହାତ ଥିବା ପୋଲିସ କହିଛି ।