୩ ଜଣ ଆତଙ୍କବାଦୀ ନିପାତ

ସୋପିଆନ: ଜାମ୍ମୁକାଶ୍ମୀରର ସୋପିଆନରେ ସେନାର ଏନକାଉଣ୍ଟର । ସକାଳୁ ସକାଳୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ ହେଲେଣି । ପ୍ରଥମେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା ଭାରତୀୟ ସେନା । ଶେଷ ଖବର ସୁଦ୍ଧା ତୃତୀୟ ଆତଙ୍କୀ ବି ନିପାତ ହୋଇଛି । ଆଜି ବଡି ଭୋରରୁ ସୋପିଆନର ସୁଗୋ ହେଧାମା ଅଂଚଳରେ ଚାଲିିଥିଲା ଏହି ଅପରେସନ ।

encounter-underway-between-security-forces-terrorists-in-jammu-and-kashmirs-shopian-district

ତେବେ ଅଞ୍ଚଳକୁ ସିଲ୍ କରି ସେନା ଅପରେସନ ଜୋରଦାର ଚଳାଇଛି ।ଏ ହି ଅଞ୍ଚଳରେ ଆଉ କିଛି ଆତଙ୍କୀ ଛପିଥିବା ସନ୍ଦେହ କରାଯାଉଛି । ଚଳିତ ସପ୍ତାହରେ ସେନା ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଏହା ତୃତୀୟ ଏନକାଉଣ୍ଟର ଘଟଣା । ଗତ ରବିବାର ଏନକାଉଣ୍ଟରରେ ସେନା ୫ ଆତଙ୍କୀଙ୍କୁ ନିପାତ କରିଥିଲା । ଗତ ଦୁଇ ସପ୍ତାହରେ ଭାରତୀୟ ସେନା ୧୮ ଆତଙ୍କବାଦୀଙ୍କୁ ହତ୍ୟା କଲାଣି ।