ରାଜଧାନୀରେ ପୁଣି ଏନ୍‌କାଉଣ୍ଟର: ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏନ୍‌କାଉଣ୍ଟର ହୋଇଛି । ଭୁବନେଶ୍ୱର ସ୍ଥିତ ବଡ଼ଗଡ଼ ଚିଲିପୋଖରୀ ଅଞ୍ଚଳରେ କମିଶନରେଟ୍‌ ପୁଲିସ୍‌ର ଏନ୍‌କାଉଣ୍ଟରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ସିପୁନ କବି ଓ ହରେକୃଷ୍ଣ ସ୍ୱାଇଁ। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ଗୋଟିଏ ଖେଳନା ବନ୍ଧୁକ, ବାଇକ୍‌ ଓ ଟଙ୍କା ଜବତ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ପୁରୁଣାଜଗନ୍ନାଥ ସଡକ ଟଙ୍କପାଣି ସେତୁ ନିକଟରେ କମିଶନରେଟ୍ ପୁଲିସର ଏନକାଉଣ୍ଟରରେ ଦୁଇଜଣ ଅପରାଧୀ ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ ଆହତ ହୋଇଥିଲେ। ସିପୁନ୍ ଓ ହରେକୃଷ୍ଣ ଏମାନଙ୍କ ସହଯୋଗୀ ଥିଲେ ବୋଲି ଜଣାପଡ଼ିଛି।