ପୁଲୱାମାରେ ଏନକାଉଂଟର: ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ପୁଲୱାମା ଅନ୍ତର୍ଗତ ଅବନ୍ତୀପୋରାରେ ସୁରକ୍ଷାବଳର ଏନକାଉଂଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଆଜି ସକାଳେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ପ୍ରଥମେ ସେନା ଉପରକୁ ଗୁଳି ଚାଳନା କରିଥିଲେ। ଏହାପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆ ଯାଇଥିଲା। ଏହି ଘଟଣାରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାଯାଇଛି । ଏହାପରେ ଆତଙ୍କବାଦୀ ସେହି ସ୍ଥାନ ଛାଡ଼ି ପଳାୟନ କରିଥିଲେ।
ସେହି ସ୍ଥାନରୁ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି। ଅପର ପକ୍ଷରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଆସିଥିବା ଆତଙ୍କବାଦୀଙ୍କୁ ସେନା ଏବଂ ପୋଲିସ ମିଳିତ ଭାବରେ ସର୍ଚ୍ଚ ଅପରେସନ୍ କରୁଛନ୍ତି। ନୌଶେରାର ଦବ୍ବଡ, ପୋଠା, ଖେଡି, ଦରାଟ, ମଙ୍ଗଲାଦେଇ ଆଦି ଅଂଚଳରେ ଲୁଚିଥିବା ଆତଙ୍କବାଦୀମାନଙ୍କୁ ଏଥିରେ ଖୋଜା ଯାଉଥିବା ଜଣାଯାଇଛି।