ପୁଲିସ ଏନ୍‌କାଉଣ୍ଟରରେ ୨ କୁଖ୍ୟାତ ଅପରାଧୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର କାଇପଦର ନିକଟ ଦଳତୋଳା ଜଙ୍ଗଲରେ ଶନିବାର ପୁଲିସର ଏନ୍‌କାଉଣ୍ଟରରେ ଦୁଇ ଜଣ କୁଖ୍ୟାତ ଅପରାଧୀ ପିଣ୍ଟୁ ମାଝୀ ଓ ଉମେଶ ସାହୁ ଗୁରୁତର ହୋଇଛନ୍ତି। ସେମାନଙ୍କ ନାମରେ ଖୋର୍ଦ୍ଧା, ବେଗୁନିଆ ଓ ଜଙ୍କିଆ ଭଳି ଅନେକ...

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର କାଇପଦର ନିକଟ ଦଳତୋଳା ଜଙ୍ଗଲରେ ଶନିବାର ପୁଲିସର ଏନ୍‌କାଉଣ୍ଟରରେ ଦୁଇ ଜଣ କୁଖ୍ୟାତ ଅପରାଧୀ ପିଣ୍ଟୁ ମାଝୀ ଓ ଉମେଶ ସାହୁ ଗୁରୁତର ହୋଇଛନ୍ତି। ସେମାନଙ୍କ ନାମରେ ଖୋର୍ଦ୍ଧା, ବେଗୁନିଆ ଓ ଜଙ୍କିଆ ଭଳି ଅନେକ ଥାନାରେ ଅପରାଧିକ ମାମଲା ରହିଛି।

ଏହି ଏନ୍‌କାଉଣ୍ଟରରେ ଖୋର୍ଦ୍ଧା ଏସ୍‌ଡିପିଓ, ଟାଉନ ଥାନା ଅଧିକାରୀ, ବେଗୁନିଆ ଥାନା ଅଧିକାରୀ ଓ ସ୍ପେଶାଲ ସ୍କ୍ଵାର୍ଡ ସାମିଲ ଥିଲେ। ଏସ୍‌ଡିପିଓ ସୁଶୀଲ ମିଶ୍ର କହିଛନ୍ତି, ପୁଲିସର ଏନ କାଉଣ୍ଟରରେ ଦୁଇ ଜଣ କୁଖ୍ୟାତ ଅପରାଧୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଉମେଶ ସାହୁ ଏବଂ ପିଣ୍ଟୁ ମାଝୀ। ସେମାନେ ବିଭିନ୍ନ ବୋମାମାଡ଼, ଗୁଲିକାଣ୍ଡ, ବ୍ୟାଙ୍କ ଲୁଟ, ଏଟିମ ଗାଡି ଲୁଟ୍‌, ଜେସିବି ପୋଡିବା ଆଦି ୧୦ ରୁ ଅଧିକ ଅପରାଧିକ ମାମଲାରେ ସଂପୃକ୍ତ ଅଛନ୍ତି। ଡକାୟତଙ୍କ ପାଲଟା ଗୁଳିମାଡ଼ରେ ବେଗୁନିଆ ଥାନା ଅଧିକାରୀ ଏବଂ ସେକଣ୍ଡ ଅଫିସର ଆହତ ହୋଇଥିବା ଜଣାପଡ଼ିଛି। ଏନକାଉଣ୍ଟର ବେଗୁନିଆ ଥାନା ଅନ୍ତର୍ଗତ କଳୁଛୁଆ ଠାରେ ଘଟିଛି।

Spread the love
Categories
ଓଡିଶା

RELATED BY

  • ଆଖି ବୁଜିଲା ମହାବଳ ବାଘ ‘ଶୁଭ୍ରାଂଶୁ’

    ଭୁବନେଶ୍ୱର:  ନନ୍ଦନକାନନରେ ଥିବା ଧଳା ମହାବଳ ବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ ହୋଇଛି। ଆଜି ଦିନ ୧୦ଟା ୧୫ରେ  ତା’ର ମୃତ୍ୟୁ ହୋଇଥିବା ନେଇ ନନ୍ଦନକାନନ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ କହିଛନ୍ତି। ‘ଶୁଭ୍ରାଂଶୁ’ ରକ୍ତଜନିତ ସଂକ୍ରମଣରେ ପୀଡ଼ିତ ଥିଲା। ମାସେ ହେଲା...
  • ଆଜିଠୁ ନୟାଗଡକୁ ଗଡିବ ସେବା ଏକ୍ସପ୍ରେସ

    ଭୁବନେଶ୍ୱର:ଆଜିଠୁ ଭୁବନେଶ୍ୱର ଓ ନୟାଗଡ ମଧ୍ୟରେ ଟ୍ରେନ ଚଲାଚଳ ଆରମ୍ଭ ହେବ । ଏହାସହ ପୂର୍ବରୁ ଏହି ରୁଟଦେଇ ଯାଉଥିବା ପାସେଞ୍ଜର ଟ୍ରେନର ସମୟରେ ପରିବର୍ତନ କରାଯାଇଛି । ଏହି ଟ୍ରେନ ଭୁବନେଶ୍ୱରରୁ ସଂଧ୍ୟା ୬ଟା ୪୦ ମିନିଟରେ ଛାଡିବା...
  • ଜାମିନ ପାଇଁ ହାଇକୋର୍ଟରେ ଆଶୀର୍ବାଦ ବେହେରା

    କଟକ : ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ) ଓ ଓଡ଼ିଶା ଅଲିମ୍ପିକ ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେପ୍ଟେମ୍ବର ୧୯ରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା...
  • ଛେନା ଦର ବଢ଼ିଲା

    ଭୁବନେଶ୍ୱର : ଓମ୍‌ଫେଡ୍‌ କ୍ଷୀର ଦର ବଢ଼ିବା ପରେ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ଛେନା ଦର ବୃଦ୍ଧି କରିଛନ୍ତି। ଛେନା କିଲୋଗ୍ରାମ ପିଛା ୧୫ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ପନିର୍‌ ଦର ମଧ୍ୟ କିଲୋଗ୍ରାମ୍‌ ପିଛା ୧୮...