ଆରମ୍ଭ ହେଲା ଏମାର ମଠ ଉଚ୍ଛେଦ କାମ

ପୁରୀ : ଗତକାଲି ଅଧାରେ ଅଟକିଥିବା ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆଜି ମଧ୍ୟ ଜାରି ରହିଛି। ସିଂହଦ୍ୱାର ସମ୍ମୁଖରେ ଥିବା ରଘୁନନ୍ଦନ ପାଠାଗାରର କିଛି କୋଠରୀକୁ ଆଜି ଭଙ୍ଗାଯାଉଛି । ଏଥି ସହିତ ଖାଦ୍ୟଶସ୍ୟ ମହଜୁଦ ରଖିବା ପାଇଁ ହୋଇଥିବା କୋଠରୀକୁ ମଧ୍ୟ ଭଙ୍ଗାଯାଉଛି ।

ମଠ ଭିତରେ ଥିବ ମହନ୍ତ ମହାରାଜଙ୍କ ଘରଗୁଡିକୁ ମଧ୍ୟ ଖାଲି କରାଯାଇଛି । ଏଥି ସହିତ ମଠର କିଛି ଅଂଶରେ ଚାଲିଥିବା ଖଜା ଦୋକାନଗୁଡିକୁ ଆଜି ଭଙ୍ଗାଯାଉଛି । ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି ଦଣ୍ଡାୟମାନ ଏହି ମଠକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ ନଜରକୁ ଆସିଥିଲା କିଛି ଗୁପ୍ତ କୋଠରୀ । ଉପର ତଳ ହୋଇ ୬ଟି ରହସ୍ୟଜନକ ଅନ୍ଧାର କୋଠରୀ ଓ ଅଜଣା ସୁଡ଼ଙ୍ଗ ଗତକାଲି ଦେଖିବାକୁ ମିଳିଥିଲା ।

ଗବେଷକଙ୍କ ମତରେ ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ରାମାନୁଚାର୍ଯ୍ୟଙ୍କ ପୁରୀ ଆଗମନ ସମୟରେ ଏ ମଠର ନିର୍ମାଣ ହୋଇଥିବା ଅନୁମାନ କରାଯାଏ । ଶ୍ରୀମନ୍ଦିର ଚୌହଦି ସଫା ଅଭିଯାନକ୍ରମେ ଦ୍ୱିତୀୟ ମଠ ଭାବେ ପାଳି ପଡିଛି ଏମ୍ଆର ମଠର ପୂର୍ବରୁ ଲଙ୍ଗୁଳି ମଠ ଉଚ୍ଛେଦ ସରିଛି  ।